ମାଲକାନଗିରି– ପେଶା ଆଇନ ଲାଗୁ, ଜଙ୍ଗଲ ଅଧି କାରକୁ ସ୍ବୀକୃତି ଓ ଜଙ୍ଗଲ ଜମି ପଟ୍ଟା ଦେବା ସହ ଜଳ ଜମି ଜଙ୍ଗଲ ବଞ୍ଚିବାର ଅଧିକାର ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷମାନେ ଗଣ ବିକ୍ଷୋଭ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତଥା ଜିଲ୍ଲାର ସମ ଆଦିବାସୀ ସମାଜ, ମହାଗ୍ରାମ ସଭା ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ।
ଦାବି ଗୁଡିକ ଗୁଡିକ ମଧ୍ୟରେ ମୁଖ୍ୟତଃ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଙ୍ଗଲ ଅଧୂକାର ଏବଂ ଗୋଷ୍ଠି ଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଏବଂ ସାବ୍ୟସ୍ତ କରିବା ଅନୁସୂଚିତ ଜନଜାତିମାନଙ୍କର ସୁରକ୍ଷା ତଥା ପ୍ରୋତ୍ସାହନ ପାଇଁ ଆବଶ୍ୟକ ଅଟେ । ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧି କାର ଓ ବ୍ୟକ୍ତିଗତ ଅଧି କାର ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରନ୍ତୁ, ନିଶ୍ଚିତ କର ଯେ ଉଭୟ ବ୍ୟକ୍ତିଗତ ଏବଂ ଗୋଷ୍ଠିଗତ ଦାବି ଗୁଡିକ ବିଳମ୍ବ ନ କରି ତୁରନ୍ତ ସମାଧାନ କରାଯାଉ । ଅନୁସୂଚିତ ଅଞ୍ଚଳରେ ସ୍ଵୟଂ ଶାସନ ତଥା ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପେଶା ଆଇନ, ୧୯୯୬ ପ୍ରଣୟନ କରାଯାଇଛି । ଓଡିଶା ସରକାର ଦ୍ବାରା ଯେଉଁ ଡ୍ରାଫ୍ଟ ନିୟମ କରାଯାଇଛି ତାହା ପେଶା ଆଇନ ୧୯୯୬ର ମୂଳ ଭାବନାକୁ କ୍ଷୁଣ୍ଣ କରୁଛି ଏଣୁ ଡ୍ରାଫ୍ଟ ନିୟମକୁ ବିରୋଧ କରାଯାଉଛି।
ଏ ଯାଇ ପେଶା ଆଇନର ମୂଳ ଭାବନାକୁ ଗୁରୁତ୍ବ ଦିଆଯଇ ଋଢ଼ିବାଦୀ ଗ୍ରାମସଭାର ନିଷ୍ପତିକୁ ସର୍ବୋପରି ମନା ଯାଇଛି । ତେଣୁ ଏହି ମୂଳ ଭାବନାକୁ ଧ୍ଯାନରେ ରଖାଯାଇ ନୂଆ ନିୟମ ପ୍ରସ୍ତୁତକୁ ତୁରନ୍ତଅନୁସୂଚିତ ଞ୍ଚଳରେ ଲାଗୁ କରାଯାଉ । ବିଭିନ୍ନ ବିକାଶ ମୂଳକ ଅଞ୍ଚଳ ପ୍ରକଳ୍ପ ନିର୍ମାଣ ଦ୍ବାରା ମାଲକାନଗିରିରେ ଆଦିବାସୀ ପରିବାର ବିସ୍ଥାପିତ ହେଉଛନ୍ତି । ଦୁର୍ଭାଗ୍ୟବଶତଃ ବିକଳ୍ପ ଜମି ଏବଂ ଜୀବିକା ନିର୍ବାହ ପାଇଁ ସେମାନଙ୍କ ଯଥାର୍ଥ ଦାବି ନିଶ୍ଚିତ କରିବାକୁ ପର୍ଯ୍ୟାପ୍ତ ପୁନର୍ବାଶ ଏବଂ ପୁନଃ ଥଇଥାନ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବିସ୍ଥାପିତ ଆଦିବାସୀଙ୍କୁ ଜମି ଅଧୂକାର ଓ ପଟ୍ଟା ପ୍ରଦାନ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ଏବଂ ଆଦିବାସୀ ଅଧିକାରକୁ ସୁରକ୍ଷିତ ରଖାଯାଉ।
ଏହି ବିକ୍ଷୋଭରେ ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି ନେତୃତ୍ବ ନେଇଥିଲେ।
ଏଥିରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଦେବେନ୍ଦ୍ର ଖି ଲ, ଶରତଚନ୍ଦ୍ର ବୁରୁଦା, ଘେନୁମୁଦୁଲି, ଈଶ୍ବର ମାଡକାମି,ବୁଦ୍ରା , ମାଲା ମାଢି, ଡ କାମରାଜ କବାସୀ, ରବିନ୍ଦ୍ର ମାଢି, ଆଡ଼ମା ରାବା, ଲକ୍ଷ୍ମୀ ପ୍ରିୟା ନାୟକ, ଜୟନ୍ତୀ ବୁରୁଦା, ଇର୍ମା ପଡିଆମୀ ଓ ୧୪ଟି ଆଦିବାସୀ ସମାଜର ସଭାପତି, ସମ୍ପାଦକ କର୍ମକତା ପ୍ରମୁଖ ଆଦିବାସୀ ନେତାମାନେ ଉପସ୍ଥିତ ହୋଇ ନିଜ ନିଜର ମତ ଉପସ୍ଥାପନା କରିଥିଲେ । ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ନେତୃତ୍ଵରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।