ମୁମ୍ବାଇ-ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ରାଜକୋଟ କିଲାରେ ପ୍ରତିସ୍ଥାପିତ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଜୟଦୀପ ଆପ୍ଟେଙ୍କୁ ଶୁକ୍ରବାର ମାଲୱନ ସେସନ କୋର୍ଟ ସେପ୍ଟେମ୍ବର 24 ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ରାଜକୋଟ କିଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଅଗଷ୍ଟ 26ରେ ଭାଙ୍ଗିବା ପରେ ମାମଲାର ମୁଖ୍ୟ ଅଭିଯୁକ୍ତ ଜୟଦୀପ ଆପ୍ଟେ ଫେରାର ଥିଲା । ଏହାପରେ ସିନ୍ଧୁଦୁର୍ଗ ପୋଲିସ ତା ବିରୁଦ୍ଧରେ ଲୁକଆଉଟ ନୋଟିସ ଜାରି କରିଥିଲା । ପୋଲିସର 7ଜଣିଆ ଟିମ ତାର ତଲାସ କରୁଥିଲେ । ଶେଷରେ ସେପ୍ଟେମ୍ବର 4 ରାତିରେ ତାକୁ ଗିରଫ କରାଯାଇଥିଲ ।