
ଭୁବନେଶ୍ୱର, ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶୁକ୍ରବାର ଦିନ ଓଡ଼ିଶା ରାଜ୍ୟ ଔଷଧ ନିଗମ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ଏହି ଅବସରରେ ରାଜ୍ୟରେ ଯେମିତି ଉନ୍ନତ ମାନର ଔଷଧ ରୋଗୀଙ୍କୁ ମିଳିପାରିବ ଏବଂ ନିରାମୟ କେନ୍ଦ୍ରରେ ସାଧାରଣ ରୋଗୀଙ୍କୁ ସମସ୍ତ ଔଷଧ ସହଜରେ ମିଳିପାରିବ ସେଥିପାଇଁ ଆବଶ୍ୟକୀୟ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା ।