ନୂଆଦିଲ୍ଲୀ– ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ଦୁଇଥର ଅଲମ୍ପିକ ବିଜେତା ନୀରଜ ଚୋପ୍ରା 13 ଏବଂ 14 ସେପ୍ଟେମ୍ବରରେ ବେଲଜିୟମର ବ୍ରୁସେଲ୍ସରେ ଡାଇମଣ୍ଡ ଲିଗ ସିଜନର ଫାଇନାଲରେ ଭାଗ ନେବେ। ସେ ଷ୍ଟାଣ୍ଡିଂରେ ଚତୁର୍ଥ ସ୍ଥାନ ହାସଲ କରିବା ପରେ ସିଜନର ଫାଇନାଲ ପାଇଁ କ୍ୱାଲିଫାଏ କରିଥିଲେ । ସେ ଲୁସାନେ ଏବଂ ଦୋହାରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଉଭୟ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।ଲୁସାନେ ଡାଇମଣ୍ଡ ଲିଗରେ ସେ 89.49 ମିଟରର ସର୍ବଶ୍ରେଷ୍ଠ ଥ୍ରୋ ହାସଲ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ଦୋହାରେ ଏହା 88.36 ମିଟର ଥିଲା। ଏସୀୟ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅବିନାଶ ସାବେଲ ପୁରୁଷ 3000ମିଟର ଷ୍ଟିପଲଚେଜ ଇଭେଣ୍ଟରେ ଭାଗ ନେବେ।ସମ୍ପ୍ରତ୍ତି ସେମାନେ ପୋଲାଣ୍ଡରେ ସିଲେସିୟା ଡାଇମଣ୍ଡ ଲିଗ 2024ରେ 14 ତମ ସ୍ଥାନ ହାସଲ କରିଛନ୍ତି।