ଭୁବନେଶ୍ୱର, ତେଲକୋଇ ନିର୍ବାଚନ ମଣ୍ଡଳୀରେ ସମସ୍ତ ରାଜସ୍ବ ଗାଁ କୁ ବିଜୁଳି ସଂଯୋଗ ପ୍ରଦାନ କରାଯାଇଛି ବୋଲି ଆଜି ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପ୍ରକାଶ କରିଛନ୍ତି। ତେଲକୋଇ ବିଧାୟକ ଫକିର ମୋହନ ନାୟକଙ୍କ ଏକ ପ୍ରଶ୍ନର ଉତ୍ତର ରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତେଲକୋଇ ବ୍ଲକରେ 194 ଘର ବିଜୁଳି ପହଞ୍ଚି ପାରି ନାହିଁ। ଏଇ ମାସ ଶେଷ ସୁଦ୍ଧା ଏହି ଘର ଗୁଡ଼ିକୁ ବିଜୁଳି ପ୍ରଦାନ କରା ଯିବ ବୋଲି ଶ୍ରୀ ସିଂଦେଓ ପ୍ରକାଶ କରିଛନ୍ତି।
Related Stories
September 19, 2024
September 19, 2024