
ଭୁବନେଶ୍ୱର– ଗୋଳନ୍ଥରା ଅଘଟଣକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ନବୀନ କହିଛନ୍ତି ଯେ, ଗଞ୍ଜାମ ଗୋଳନ୍ଥରାରେ ମୂର୍ତ୍ତି ବିସର୍ଜନ ସମୟରେ ଘଟିଥିବା ଅଘଟଣ ବିଷୟରେ ଜାଣି ମୁଁ ଦୁଃଖିତ। ଅଘଟଣରେ ପ୍ରାଣ ହରାଇଥିବା ଦୁଇ ନାବାଳକଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।