ଭୁବନେଶ୍ୱର– ଅବପାତ ପ୍ରଭାବରେ ଆଜି ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଲାଙ୍ଗୀର, ନୂଆପଡା, ବରଗଡ , ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଅବପାତ ଏହି ସବୁ ଜିଲ୍ଲା ଦେଇ ଗତି କରୁଥିବାରୁ ପାଣିପାଗ ବିଭାଗରୁ ଆସନ୍ତା ୩ ଘଣ୍ଟା ପାଇଁ ଆଲର୍ଟ ଜାରି କରାଯାଇଛି। ସେହିପରି ବୌଦ୍ଧ , ସୋନପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି , ଦେବଗଡ, ନବରଙ୍ଗପୁର , ନୟାଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
Related Stories
October 15, 2024