ନୁଆଦିଲ୍ଲୀ-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସାଇବର ଅପରାଧୀ ସମନ୍ୱୟ କେନ୍ଦ୍ର (14 ସି)ର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବନ୍ଧିତ କରି କହିଛନ୍ତି ସାଇବର ସୁରକ୍ଷା ବିନା ଦେଶର ବିକାଶ ଅସମ୍ଭବ ଅଟେ। ଏହା ପ୍ରଦ୍ୟୋଗିକ ମାନବିକତା ପାଇଁ ଆଶୀର୍ବାଦ ଅଟେ। ଅମିତ ଶାହ ଆହୁରି କହିଛନ୍ତି ଯେ ଅର୍ଥ ବ୍ୟବସ୍ଥାକୁ ବଢାଇବା ପାଇଁ ଟେକ୍ନୋଲୋଜିର ବହୁ ପରିମାଣରେ ବ୍ୟବହୃତ କରାଯାଉଛି ,କିନ୍ତୁ ଏହା ସହିତ ଟେକ୍ନୋଲୋଜି ଯୋଗୁଁ ଅନେକ ବିପଦ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସାଇବର ସୁରକ୍ଷା ଜାତୀୟ ନିରାପତ୍ତାର ଏକ ଗୁରୁତ୍ତ୍ୱପୁର୍ଣ୍ଣ ଅଂଶ ହୋଇପାରିଛି । ଆମେ ସାଇବର ସୁରକ୍ଷା ବିନା ନିଜର ଦେଶକୁ ସୁରକ୍ଷିତ ରଖିପାରିବା ନାହିଁ। 14ସି ପରି ପ୍ଲାଟଫର୍ମ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିପାରନ୍ତି।
Related Stories
September 19, 2024