ମାଲକାନଗିରି, ବାଲିମେଳା ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଜଳଭଣ୍ଡାରରେ ଜଳ ଧାରଣ ସର୍ବୋଚ୍ଚ କ୍ଷମତା ୧୫୧୮ ଫୁଟ ଥିବାବେଳେ ବର୍ତମାନ ଏଥିରେ ୧୫୦୭ ଫୁଟ ଜଳ ରହିଛି ! ଆସନ୍ତାକାଲି ସକାଳ ୯ଟା ସମୟରେ ବାଲିମେଳା ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ପୋଟେରୁ ବୃହତ ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ପୀତବାସ ସେଠି ପ୍ରକାଶ କରିଛନ୍ତି । ତେଣୁ ବାଲିମେଳା ବନ୍ଧର ତଳ ମୁଣ୍ଡରେ ବସବାସ କରୁଥିବା ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କୌଣସି ଦୁର୍ଘଟଣା ପାଇଁ ବାଲିମେଳା ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ଜଣାଇଛନ୍ତି!
Related Stories
October 3, 2024
October 3, 2024