ନୂଆଦିଲ୍ଲୀ-ଉତର ରେଲୱେ ସୋମବାର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ଇସ୍ତଫା ସ୍ୱୀକାର କରିଛି । ଉଭୟ କୁସ୍ତିଯୋଦ୍ଧା କଂଗ୍ରେସରେ ସାମିଲ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଉତର ରେଲୱେ ସୋମବାର ଏକ ନୋଟିସରେ କହିଛି ଯେ, ଭିନେଶ ଫୋଗାଟଙ୍କ ଇସ୍ତଫା ସ୍ୱୀକାର କରାଯାଇଛି । ସେହିପରି ଅନ୍ୟ ଏକ ନୋଟିସରେ ବଜରଙ୍ଗ ପୁନିଆଙ୍କ ଇସ୍ତଫା ସ୍ୱୀକାର କରାଯାଇଥିବା କୁହାଯାଇଛି । ଉଭୟ କୁସ୍ତିଯୋଦ୍ଧା ସେପ୍ୱେମ୍ବର 6ରେ କଂଗ୍ରେସରେ ସାମିଲ ହୋଇଥିଲେ ।