ଜୟପୁର , କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଦିଗାପୁର ଗ୍ରାମ ପଞ୍ଚାୟତରେ ଗତ 7 ତାରିଖ ଠାରୁ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ବନ୍ୟା ଜଳରେ ପ୍ରଭାବିତ ହୋଇଛି ପ୍ରାୟ 8ରୁ ଉର୍ଦ୍ଧ୍ୱ ଗ୍ରାମ l ପ୍ରାୟ 50ରୁ ଅଧିକା ପରିବାର ଏବଂ ପ୍ରାୟ 200 ଲୋକ ପ୍ରଭାବିତ ହୋଇଛନ୍ତି l ଦିଗାପୁର ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାୟ 100 ଜନ ଆଶ୍ରୟ ନେଇଥିବା ବେଳେ ପ୍ରଧାନୀପୁଟ ଅଙ୍ଗନବାଡି କେନ୍ଦ୍ରଠାରେ ପ୍ରାୟ 20 ଜଣ ଆଶ୍ରୟ ନେଇଛନ୍ତି l ବର୍ତମାନ ବନ୍ୟା ଜଳ କମିଯାଇଛି, ଯୋଗାଯୋଗ ସ୍ୱାଭାବିକ ହୋଇଛି କିନ୍ତୁ ଲିମା ଗ୍ରାମ ନିକଟ କୁର୍ଲୁ ନଦୀରେ ବଢ଼ି ଆସି ଲିମା ଏବଂ ଘିଉରିଆଗୁଡା ଆସନା ରାସ୍ତା ବିଚ୍ଛିନ୍ନ ଜୋଇଛି l ସେହିଭଳି କୁର୍ଲୁ ନଦୀର ବନ୍ୟା ଯୋଗୁଁ ବାଗଦେରୀ ଘଡ଼ଙ୍ଗାଗୁଡା ଗ୍ରାମର ରାସ୍ତା ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି l କିନ୍ତୁ ଦିଗାପୁର ପଞ୍ଚାୟତ ରେ ହୋଇଥିବା କ୍ଷୟକ୍ଷତି ହେଲାଭଳି କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ l
ଦିଗାପୁର ଅଞ୍ଚଳରେ ବନ୍ୟା ଜଳରେ ବାସହରା ହୋଇଥିବା ପରିବାରଙ୍କ ଆଖିର ଲୁହ ଶୁଖୁନାହିଁ l ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଏବେ ବି ଲଘୁଚାପ ବର୍ଷା ଜାରୀ ରହିଛି ।
ଜୟପୁର ନୂତନ ଭାବେ କାର୍ଯ୍ୟ ଭାର ସମ୍ଭାଳି ଥିବା ଉପଜିଲ୍ଲାପାଳ ଆକ୍କାବରମ୍ ଏସ୍ ରେଡ୍ଡୀ ଆସି ଭାଙ୍ଗି ଯାଇଥିବା ଘର ଏବଂ ଆଶ୍ରୟସ୍ଥଳ ଦେଖି ଯାଇଥିବା ବେଳେ ବିଶୁଦ୍ଧ ପାନୀୟ ଜଳ, ସୁଷମ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାପାଇଁ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କୁ ପରାମର୍ଶ ଦେଇଛନ୍ତି ।
ସାଥି ସଂଗଠନର କାର୍ଯ୍ୟକର୍ତ୍ତା ଗତ 2 ଦିନ ହେଲା ବନ୍ୟା ଅଞ୍ଚଳରେ ରହି ଉଦ୍ଧାର କାର୍ଯ୍ୟ କରିବା ଏବଂ ଶୁଖିଲା ଖାଦ୍ୟ ଯୋଗାଇବା ଦେଖିବାକୁ ମିଳିଥିଲା l ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚାଇବା ଏବଂ ସେମାନଙ୍କର ଭଲ ମନ୍ଦ ବୁଝିବା ସହ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ କରୁଥିବା ଦେଖିବାକୁ ମିଳିଛି l କୋରାପୁଟ ଠାରୁ ପ୍ରଗତି ଏନଜିଓର କାର୍ଯ୍ୟକର୍ତ୍ତା ଚନ୍ଦ୍ର ସଗରିଆ, ସାବିତ୍ରୀ ଦୁରୁଆ ଆସି ଅତି ସମ୍ବେଦନଶୀଳ ଲୋକଙ୍କ ତାଲିକା ପ୍ରସ୍ତୁତ କରି ନେଇଥିଲେ l ବନ୍ୟା ପୀଡିତଙ୍କୁ କିଛି ସହଯୋଗ ଯୋଗାଇବା ପାଇଁ ଚେଷ୍ଟା କରାଯାଉଥୁବା ଚନ୍ଦ୍ର ସଗରିଆ କହିଥିଲେ l ବର୍ତମାନ ଦେଖିବାକୁ ବାକି ରହିଲା ଯେ ପ୍ରଶାସନ ଏହି ବନ୍ୟା ପୀଡିତଙ୍କ ପାଇଁ କି ପ୍ରକାର ବ୍ୟବସ୍ଥା କରୁଛନ୍ତି ଦେଖିବା ବାକି ରହିଲା l