ମାଲକାନଗିରି– ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ଜିଲ୍ଲାର ବିଭିନ୍ନ ଛୋଟ ବଡ ପୋଲ ବୁଡି ଯାଇଥିବା ବେଳେ ମାଲକାନଗିରି ସଦର ବ୍ଲକର ୩୨୬ ନମ୍ବର ଜାତୀୟ ରାଜପଥ ତାମସା ନଦୀର ପୋଲ ଉପରେ ସାତ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ତାମସା ନଦୀ ନିକଟରେ ଏକ ଘର ପାଣିରେ ବୁଡିଯାଇଥିବା ବେଳେ ସେହି ଘରେ ତିନି ଜଣ ଲୋକ ଫସିରହିଥିବା ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ପାଣିଘେରରେ ଥିବା ସେହି ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରି ଫେରିବା ସମୟରେ ମୂଖ୍ୟ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ରହୁଥିବା ଏକ ଓଡି ୦୨ସିଟି ୪୧୯୩ ନମ୍ବର ର କାରକୁ ଅଗ୍ନିଶମ ବିଭାଗର ଗାଡି ଧକ୍କା ଦେଇଥିଲା। କାର ସମ୍ମୁଖ ବାମ ପାର୍ଶ୍ୱରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ହେଲେ ଅଗ୍ନିଶମ ବିଭାଗ ଗାଡିକୁ ନିଜେ ବିଭାଗୀୟ ଅଧିକାରୀ ଚଲାଉଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଏଇଠି ପ୍ରଶ୍ନ ଉଠୁଛି ବିଭାଗୀୟ ଡ୍ରାଇଭରଙ୍କ ଉପସ୍ଥିତିରେ କିପରି ବିଭାଗୀୟ ଅଧିକାରୀ ଗାଡି ଚଲାଉ ଥିଲେ ଏବଂ ଗାଡିକୁ ଧକ୍କା ଦେବାପରେ ଅଧିକାରୀ ସେଠାରୁ ଅନ୍ୟ ଏକ ଗାଡି ଯୋଗେ ଚାଲିଯାଇଥିବା ଜଣାପଡିଛି।
Related Stories
September 19, 2024
September 19, 2024