ନୂଆଦିଲ୍ଲୀ– ସୁପ୍ରିମକୋର୍ଟ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ଠାରୁ ତଲାକ୍ ମାମଲାର ଶୁଣାଣିକୁ ଘୁଂଚାଇ ଦେଇଛନ୍ତି । ଜଷ୍ଟିସ୍ ସୁଧାଶୁଂ ଧୁଲିୟାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ପରବର୍ତୀ ଶୁଣାଣି ନଭେମ୍ବର ୪ ତାରିଖରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ମାମଲାର ଶୁଣାଣି ସମୟରେ ପାୟଲ ଅବଦୁଲ୍ଲାଙ୍କ ପକ୍ଷରୁ ଆଗତ ବରିଷ୍ଠ ଓକିଲ ଶ୍ୟାମ ଦିବାନ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟର ମଧ୍ୟସ୍ଥତା ହୋଇସାରିଛି । ଏହାପରେ କୋର୍ଟ ଶୁଣାଣି ଘୁଂଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୦ ତାରିଖରେ କୋର୍ଟ ଏହି ମାମଲାକୁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଥିଲେ ଯେ, ଯଦିଓ କେତେକ କ୍ଷେତ୍ରରେ ବୈବାହିକ ସମ୍ପର୍କ ଭଲ ହେବା ନେଇ କୌଣସି ସୁଯୋଗ ନଥାଏ, ତେବେ ବି ଥରେ ପ୍ରଚେଷ୍ଟା କରାଯାଇପାରେ । ଆପଣ ଦୁଇ ପକ୍ଷ ମଧ୍ୟସ୍ଥତା ଜରିଆରେ ମାମଲାର ବୁଝାମଣା ପାଇଁ ପ୍ରଚେଷ୍ଟା କରନ୍ତୁ ।