କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଗାଁ ଓ ବସ୍ତି ରେ ବାସ କରୁଥିବା ଲୋକ , କିଶୋରୀ ବାଳିକା ଓ ଶିଶୁ ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ର ଆବଶ୍ୟକତା ଅଛି। ଆଧୁନିକ ଯୁଗ ରେ ମିଳୁଥିବା ଖାଦ୍ୟ ଆମ ଶରୀର କୁ ଖରାପ କରୁଛି। ପୁଷ୍ଟିକର ଖାଦ୍ୟ ଖାଇବା ରୁ ଆମେ ମାନେ ପ୍ରାୟତଃ ବଞ୍ଚିତ ବୋଲି ଜିଲ୍ଲାସ୍ତରୀୟ ସଭା ରେ ମତ ପ୍ରକାଶ ପାଇଛି।
ସ୍ଥାନୀୟ ୟୁଥ୍ ହଷ୍ଟେଲ ଠାରେ ଅନୁଷ୍ଠିତ ଜାତୀୟ ପୋଷଣ ସପ୍ତାହ ଗ୍ରାମ୍ୟ ପ୍ରଭା ଦ୍ଵାରା ଆୟୋଜିତ ହୋଇଥିଲା। ଏନ୍ ଆଇ ସି ଏସ ଆଇ ର ମିଳିତ ସହଯୋଗ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ। ଆଜିର ଏହି ସମୟରେ ସ୍ବାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମ ଏକ ସମୟ ଉପଯୋଗୀ ପଦକ୍ଷେପ ବୋଲି କହିଥିଲେ। ମା ଓ କିଶୋରୀ ମାନେ ଏଥିରେ ଭାଗୀଦାର ହୋଇ ପୋଷଣ ସମ୍ପର୍କରେ ଅବଗତ ହେବା ଓ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ପାଇଁ ନିଷ୍ପତି ନେବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବରେ ଏନ୍ ଆଇ ସି ଏସ ଆଇ ର ବରିଷ୍ଠ କର୍ମକର୍ତ୍ତା ଭୂପେନ୍ଦର୍ କୁମାର ଶର୍ମା ଓ ଶନି ଜେନ୍ ଯୋଗ ଦେଇ ନିଜର ସ୍ବାସ୍ଥ୍ୟ ସୁରକ୍ଷା କଥା ସର୍ବାଗ୍ର ଆମର ଚିନ୍ତନ ହେବା ଆବଶ୍ୟକ ବୋଲି କହିଥିଲେ। ପିଲା ଓ ମା ମାନେ ଦୈନଦିନ ଖାଦ୍ୟ ଖାଇଲା ବେଳେ ପୋଷଣ ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ।
ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ବିଭୂତି ମହାପାତ୍ର ମିଲେଟ ବା ଶ୍ରୀ ଅନ୍ନ ଉପରେ ଚର୍ଚା କରିଥିଲେ। ଆମ ଶରୀର ର ବିକାଶ ପାଇଁ ଶ୍ରୀ ଅନ୍ନ ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ପଯେଟିଭ ମିଲେଟ, ନେଗେଟିଭ ମିଲେଟ ଓ ନିଉଟ୍ରାଲ ମିଲେଟ ସମ୍ପର୍କରେ ତଥ୍ୟ ରଖିଥିଲେ। ଶ୍ରୀ ଅନ୍ନ ଯାବତୀୟ ରୋଗ କୁ ରୋକିବାରେ ସାହାଯ୍ୟ କରେ , ରକ୍ତ ସଫା ରଖେ, ଶାରୀରିକ ଓ ମାନସିକ ବିକାଶ ରେ ସାହାଯ୍ୟ କରେ। ଆମେ ଏବେ ଯାହା ଖାଉଛେ ସେଥିରେ ଶ୍ରୀ ଅନ୍ନ କୁ ସାମିଲ କରିବା ପାଇଁ ପରାମର୍ଶ ଦେଇ ଥିଲେ।
ସମ୍ପାଦକ ବାଦଲ କୁମାର ବେହେରା କହିଥିଲେ ଯେ ସେପ୍ଟେମ୍ବର ୧ ତାରିଖ ରୁ ୭ ତାରିଖ ଯାଏ ସାରା ଭାରତ ରେ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଉଛି। ଗ୍ରାମ୍ୟ ପ୍ରଭା ବିଗତ କିଛି ମାସ ଧରି ବସ୍ତି ଅଞ୍ଚଳ ରେ ସ୍ବାସ୍ଥ୍ୟ ଓ ପୋଷଣ ଉପରେ କାର୍ଯ୍ୟ କରୁଛି। ବିଶେଷ କରି ମା ମାନଙ୍କୁ ଶିଶୁ ସୁରକ୍ଷା, ପ୍ୟକ୍ତିଗତ ସ୍ବାସ୍ଥ୍ୟ ରକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ଓ ପୋଷଣ ଖାଦ୍ୟ ରନ୍ଧନ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଆୟୋଜନ କରୁଛି ନିରନ୍ତର ଏହାର ପ୍ରସାର ଉପରେ କାର୍ଯ୍ୟ କରୁଛି ବୋଲି କହିଥିଲେ।
ଅପରାହ୍ନ ରେ କିଶୋରି ଓ ମା ମାନଙ୍କୁ ନ୍ୟୁଟ୍ରିସନ୍ କିଟ୍ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ କୁ ଲଭଲି ଦାସଗୁପ୍ତ , ମମତା ମହାରଣା, ପୁଷ୍ପା ଦେବୀ, ରାଜାରାମ ,କୃଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀ ପ୍ରମୁଖ ପରିଚାଳନା କରିଥିଲେ।
Related Stories
November 23, 2024