କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଝାଡେଶ୍ୱରି କ୍ଲବ ପ୍ରାଙ୍ଗଣରେ ପ୍ରାୟ ୨ ମାସ ଧରି ଚାଲିଥିବା ଜିମ୍ନାଷ୍ଟିକସ୍,ଯୋଗ ଏବଂ ମାଲ୍ଲଖମ୍ବ ର ପ୍ରଶିକ୍ଷଣ ଶିବିର ସେପ୍ଟେମ୍ବର ମାସ ୫ ତାରିଖ ଶିକ୍ଷକ ଦିବସ ରେ ଉଦଯାପନ ହୋଇଯାଇଛି |ଉକ୍ତ ଶିବିର ରେ ପ୍ରଶିକ୍ଷକ ମନୋଜ ମାନ ସିଂହ , ନିଖିଳ କୁମାର ଦଳାଇ , ମଧୁଛନ୍ଦା ସ୍ୱାଇଁ, ରାକେଶ ମଲ୍ଲିକ ପ୍ରମୁଖ ପ୍ରାୟ ୨୦ ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ପ୍ରାୟ ୧୫୨ ଜଣ ଶିବିରାର୍ଥି ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ ପ୍ରଶିକ୍ଷଣ ସମୟ ଅନ୍ତରାଳ ରେ ଜିମ୍ନଷ୍ଟିକସ୍,ମାଲ୍ଲଖମ୍ବ, ଯୋଗ ,ନୃତ୍ୟ, ଚିତ୍ରାଙ୍କନ, ଓ ରାକ୍ଷୀ ପ୍ରସ୍ତୁତି ପ୍ରତିଯୋଗିତା ର ଆୟୋଜନ କରାଯାଇ ଥିଲା ।ପ୍ରାୟ ୪ ଟି ବର୍ଗ ରେ ଏହି ପ୍ରତିଯୋଗିତା ହୋଇଥିଲା ୮ ବର୍ଷ ରୁ କମ୍,୧୪ ବର୍ଷ ରୁ କମ୍,୧୬ ବର୍ଷ ରୁ କମ୍,ଓ ବରିଷ୍ଠ ବିଭାଗ । କନିଷ୍ଠ ବାଳକ ବିଭାଗ ରେ ଏସ.ଲଳିତ କୁମାର ରେଡ୍ଡୀ ଉସ୍ତି ଫାଉଣ୍ଡେସନ ସ୍କୁଲ ର ଚାମ୍ପିଅନ ହୋଇଥିବା ବେଳେ, ବାଳିକା ବିଭାଗରେ ବିଶ୍ବମ୍ବର ବିଦ୍ୟାପୀଠ ର ସୋନିକା ଦାସ ଚାମ୍ପିଅନ ହୋଇଥିଲେ। ସେହିପରି ବରିଷ୍ଠ ବାଳକ ବିଭାଗରେ ଏସ.ସି.ଏସ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ଏସ.ଦିନେଶ କୁମାର ବେହେରା ଚାମ୍ପିଅନ ହୋଇଥିବା ବେଳେ ବାଳିକା ବିଭାଗରେ ମହିଳା ଖେଲୋ ଇଣ୍ଡିଆ ଯୋଗାସନ ରେ ସ୍ଵର୍ଣ୍ଣ ପଦକ ପ୍ରାପ୍ତ କରିଥିବା ଜାତୀୟ ସ୍ତରୀୟ ଜିମ୍ନାଷ୍ଟ ସରକାରୀ ବାଳିକା ମହାବିଦ୍ୟାଳୟ (ପୁରୀ) ର ଛାତ୍ରୀ ସୁନୀତା ମାଝୀ ଙ୍କୁ ଚାମ୍ପିଅନ ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ , ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ର ପଞ୍ଚକର୍ମ ବିଭାଗ ର ପ୍ରଫେସର ଶ୍ରୀଯୁକ୍ତ ଜିତେନ୍ଦ୍ର ସାମଲ , ସମାଜ ସେବୀ ଶ୍ରୀଯୁକ୍ତ ସରୋଜ କୁମାର ଜେନା , ଆନ୍ତର୍ଜାତୀୟ ଯୋଗବିତ୍ତ ନିଖିଳ କୁମାର ଦଳାଇ, ଜାତୀୟ ବିଚାରକ ମାଧୁଛନ୍ଦା ସ୍ୱାଇଁ , ଝାଡେଶ୍ଵରି କ୍ଲବ ର ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର ଏବଂ କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ଦାସ ଏବଂ ଓଡ଼ିଶା ରାଜ୍ୟ ମାଲ୍ଳଖମ୍ବ ଆସୋସିଏସନ୍ ର ସମ୍ପାଦକ ଶ୍ରୀମତୀ ପାର୍ବତୀ ଜେନା , ଓଡ଼ିଶା ହ୍ୟାଣ୍ଡ ବଲ ଆସୋସିଏସନ୍ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସିତେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଆସିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ କ୍ରୀଡ଼ା ର ମହତ୍ବ ଏବଂ ଯୋଗ ହିଁ ଜୀବନ ତା ‘ ର ପରିଭାଷା ବୁଝାଇ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଗୀତା ରାଣୀ ମିଶ୍ର ଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା । ପରିଶେଷରେ ଯୋଗ , ଜିମ୍ନାଷ୍ଟିସ୍ ଏବଂ ମାଲ୍ଲଖମ୍ୱ ର ବରିଷ୍ଠ ପ୍ରଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିବାରୁ ସମସ୍ତଙ୍କୁ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
October 15, 2024