01. ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ଗୁଁଟୁର ଓ ଗୁଁଟକାଲ ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସହିତ ବିଦ୍ୟୁତିକରଣ କାର୍ଯ୍ୟକ୍ଷମ ପାଇଁ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱର ରୁ ବାଙ୍ଗାଲୋର ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ଓ ପୁରୀରୁ ଯଶୋବନ୍ତପୁର ଯାଉଥିବା ଗରିବ ରଥ ଏକ୍ସପ୍ରେସ ନିମ୍ନ ମତେ ପ୍ରଭାବିତ ହେବ I
A. 18463/18464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଜାନୁୟାରୀ ୨୭ ରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ଏବଂ ଜାନୁୟାରୀ ୨୬ ରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଏହାର ନିର୍ଧାରିତ ମାର୍ଗ କ୍ରୀଷ୍ଣାକେନାଲ-ଗୁଁଟୁର-ଗୁଁଟକାଲ-ଧର୍ମାବରମ ପରିବର୍ତ୍ତେ କ୍ରୀଷ୍ଣାକେନାଲ-ଗୁଡ଼ୁର-ରେଣିଗୁଣ୍ଟI- ମେଲପାକକମ-କାଟପାଡି-ଜୋଲାରପେଟଟାଇ ମାର୍ଗ ରେ ଯାତ୍ରା କରିବ I
B. ସେହିପରି, 22883/22884 ପୁରୀ-ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ ପୁରୀ ଠାରୁ ଜାନୁୟାରୀ ୩୧ ଓ ଯଶୋବନ୍ତପୁର ଠାରୁ ଫେବୃୟାରୀ ପହିଲା ଦିନ ପରିବର୍ତ୍ତିତ ମାର୍ଗ କ୍ରୀଷ୍ଣାକେନାଲ-ଗୁଡ଼ୁର-ରେଣିଗୁଣ୍ଟI- ମେଲପାକକମ-କାଟପାଡି-ଜୋଲାରପେଟଟାଇ ମାର୍ଗରେ ଯାତ୍ରା କରିବ I
02. ଏହା ବ୍ୟତୀତ, ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନ ରେ ଯୁଜୁମୁରା-ଚାରମାଳ ଓ ବଇଣ୍ଡା-ଜରପଡା ଷ୍ଟେସନ ମଧ୍ୟରେ ରେଳଧାରଣା ତଳେ ଉପାମାର୍ଗ ନିର୍ମାଣ ପାଇଁ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ 58131/58132 ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ କୁ ଉଭୟ ଦିଗରୁ ଆସନ୍ତା ୨୪ ତାରିଖ ଦିନ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଅଛି I