ଭୁବନେଶ୍ୱର / କଟକ; ବିଜେପିର ସାଂଗଠନିକ ପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ସମେତ ରାଜ୍ୟରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ଏବଂ ଜିଲ୍ଲା, ମଣ୍ଡଳ ଓ ବୁଥସ୍ତର ପର୍ଯ୍ୟନ୍ତ ସଦସ୍ୟତା ସଂଗ୍ରହ କରାଯିବ । ଏହି ଅବସରରେ କଟକ ଜିଲ୍ଲା ବାଙ୍କୀ ନିର୍ବାଚନମଣ୍ଡଳୀର ବାରଙ୍ଗ ବ୍ଲକ ଅନ୍ତର୍ଗତ ଦାଢ଼ାପାଟଣାସ୍ଥିତ କନକଦୁର୍ଗା ପଡ଼ିଆରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ବାରଙ୍ଗରେ ବୁଥ ସ୍ତରୀୟ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷା ସତ୍ତ୍ୱେ ଘର ଘର ବୁଲି କବାଟରେ ଦଳୀୟ ଲିଫଲେଟ ଲଗାଇବା ସହ ବିଜେପି ପତାକା ବାଣ୍ଟି ଲୋକଙ୍କୁ ସଦସ୍ୟ କରାଇଛନ୍ତି । ଏ ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଏକ ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ଘରକୁ ଯାଇ ଦହି ପଖାଳ ଭାତ ସାଙ୍ଗକୁ ଶାଗ ଭଜା, ଛତୁ ଭଜା, ଡାଲମା, ଦହି ବାଇଗଣ ସମେତ ନାନା ତିଅଣ ଖାଇଥିଲେ ।
ରାଜ୍ୟରେ ଏବେ ବିଜେପିର ଡବଲ ଇଞ୍ଜିନ ସରକାର। ବିକଶିତ ଭାରତ ଗଠନରେ ଓଡ଼ିଶାର ଭୂମିକା ଗୁରୁତ୍ଵ ବହନ କରିବ ବୋଲି କହିବା ସହିତ ବିଶ୍ବର ସବୁଠୁ ବଡ଼ ରାଜନୈତିକ ଦଳ ବିଜେପି ସହିତ ଯୋଡି ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାଧାରଣ ଜନତାଙ୍କୁ ଆହ୍ବାନ କରିଛନ୍ତି ।
Related Stories
October 3, 2024
October 3, 2024