କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମଦନ ମୋହନ ଦ୍ଵାରା ନିହିତ ହେଲେ ଦାବାଗ୍ନି ରାକ୍ଷସ | ଜନ୍ମାଷ୍ଟମୀ ଠାରୁ କଂସ ବଧ ପଯ୍ୟନ୍ତ ଶ୍ରୀକ୍ଷେତ୍ର ରେ ଶ୍ରୀମନ୍ଦିର ରେ ଚାଲିଥିଲା କୃଷ୍ଣ ଲୀଳା ପାରମ୍ପରିକ ମହୋତ୍ସବ |
ବଳରାମ ବେଶରେ ବାସୁଦେବ ପାଢି,ଶ୍ରୀକୃଷ୍ଣ ବେଶରେ ଶୌରଭ ମହାପାତ୍ର, ଦାବାଗ୍ନି ରାକ୍ଷସ ରୂପେ ଦୂର୍ଗାପ୍ରସାଦ ଦାସ ବେଶ ହେବା ସହିତ ଶ୍ରୀମନ୍ଦିର କୁ ଯାଇ ସେଠାରେ ନୀତି ସମ୍ପନ୍ନ କରିଥିଲେ | ସନ୍ଧ୍ୟା ଧୂପ ସରିବା ପରେ ମହାଜନ ସେବକଙ୍କ ଦ୍ଵାରା ଦକ୍ଷୀଣ ଘରୁ ବାହାରି ରତ୍ନସିଂହାସନ କୁ ବିଜେ କରିଥାନ୍ତି ଓ ସେଠାରୁ ଆଜ୍ଞା ମାଳ ପାଇ ଜୟ ବିଜୟ ଦ୍ଵାର ପାଖ ରେ ପଡ଼ିଥିବା ଖଟ ଉପରେ ବିରାଜମାନ କରିଥିଲେ ଏଥି ସହିତ ସେଠାରେ ପୂଜାପଣ୍ଡା ଙ୍କ ଦ୍ଵାରା ପୂଜା ଅର୍ଚନା ଆରତି କରାଯାଇଥିଲା | ଦାବାଗ୍ନି ରାକ୍ଷସ ଆଜ୍ଞା ମାଳ ପାଇ କୃଷ୍ଣ ଓ ବଳରାମ ଙ୍କ ସହିତ ଯୁଦ୍ଧ ର ପ୍ରସ୍ତାବ ଦିଅଯାଇଥିଲା |ଏହି ଯୁଦ୍ଧ ରେ କୃଷ୍ଣ ବଳରାମ ଙ୍କ ହାତ ରେ ଦାବାଗ୍ନି ରାକ୍ଷସ ର ନିହିତ ହୋଇଥିଲା |
ଶ୍ରୀମନ୍ଦିରରେ ଏହି ନୀତି ସରିବା ପରେ ବେଶ ହୋଇ ଥିବା କଳାକାର ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ବୁଲିବା ସହିତ ପଡୋଶୀ ସାହି ଦେଇ ନିଜ୍ ଆଖଡ଼ା କୁ ପ୍ରତ୍ୟାବର୍ତ୍ତନ କରିଥିଲେ |
ଏହି କାଯ୍ୟକ୍ରମ ରେ ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ମୋହନ ମହାପାତ୍ର, କ୍ରୀତଦାସ ମହାପାତ୍ର, ଗୌରୀ ଶଙ୍କର ଶତପଥୀ, ଗଣେଶ ମହାପାତ୍ର ପ୍ରମୁଖ ରହି ଏହି କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ |