ଭଦ୍ରକ– ବୁଧବାର ଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାର ଫର୍ମ ଦାଖଲ। ଏଥିପାଇଁ ଆରଡି ପଂଚାୟତ ସମେତ ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ପଂଚାୟତରେ ଥିବା ଆଧାରକେନ୍ଦ୍ର ଓ ମୋ ସେବାକେନ୍ଦ୍ରରେ ଆଗରେ ଆଧାର ଲିଙ୍କ ଓ ଫର୍ମ ଦାଖଲ ପାଇଁ ଅର୍ଦ୍ଧରାତ୍ରରୁ ଲାଗିଛି ମହିଳାଙ୍କ ଲମ୍ବା ଧାଡି। ରାଜ୍ୟ ସରକାର ଏହି ଯୋଜନାରେ ଅର୍ନ୍ତଭୁକ୍ତ ମହିଳାମାନଙ୍କ ଫର୍ମ ଦାଖଲ ନିମନ୍ତେ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ କେତେକ ସେବାକେନ୍ଦ୍ର ଓ ଆଧାରକେନ୍ଦ୍ରରେ ଟଙ୍କା ଜୁଲମକୁ ନେଇ ମହିଳାଙ୍କ ଅଭିଯୋଗ ସହ ହୋ ହାଲା ହଟଗୋଳ ଲାଗି ରହିଥିଲା। ଏପରି ଖବର ସଂଗ୍ରହ ସମୟରେ ସେବାକେନ୍ଦ୍ରର ଏଜେଂଟମାନେ ବନ୍ଦ କରି ପଳାଇଯାଇଥିଲେ। ଫଳରେ ବହୁ ମହିଳା ଫର୍ମ ଦାଖଲ ଓ ଆଧାର ସଂଶୋଧନ ନକରିପାରି ନାନା ହରକତ ହୋଇଥିଲେ।
Related Stories
November 25, 2024