
ଭଞ୍ଜନଗର – ସ୍ଥାନୀୟ କେ.ଏସ.ୟୁ.ବି କଲେଜରେ ଆମ ପୋଲିସ ସମିତି ତରଫରୁ ଆଜି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ବାଇପାସ ଚକରା ବିଷୋୟୀ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ। ଏଥିରେ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ସୁଦୀପ୍ତ କୁମାର ସାହୁ, ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ, ପୂର୍ବତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଏମ.ଭି.ଆଇ ଏସ.ଏନ ଚିନାରା, ଅନୁପମ ବାନାର୍ଜୀ ଉପସ୍ଥିତ ରହି ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।