ଓଡିଶାବାସୀ ମୋ ପରିବାର , ସେମାନଙ୍କ ଜୀବନଧାରଣ ମାନରେ ପରିବର୍ତନ ପାଇଁ କାମ କର : ନବୀନ ପଟ୍ଟନାୟକ
ଭୁବନେଶ୍ୱର – ପ୍ରଶାସନିକ ଅଧିକାରୀମାନେ ହେଉଛନ୍ତି । ପରିବର୍ତନ ଧାରାର ମୁଖ୍ୟ ବାହାକ । ରାଜ୍ୟବାସୀଙ୍କ ଜୀବନ ଧାରାର ମାନରେ ପରିବର୍ତନ ଆଣିବା କ୍ଷେତ୍ରରେ ନିÂା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିÂ ଆଇଏଏସ୍ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଶୁକ୍ରବାର ଦିନ ଲୋକସେବା ଭବନ ସ୍ଥିତ କନଭେନସନ୍ ହଲ୍ ଠାରେ ଅନୁÂିତ ମିଳିତ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବସବାସ କରୁଥିବା ସାଢେ ୪ କୋଟି ଜନସାଧାରଣ ତାଙ୍କର ପରିବାର । ସେମାନଙ୍କ ସୁଖ ଦୁଃଖ ବୁଝିବା , ସାମଗ୍ରିକ ବିକାଶ କରିବା ହେଉଛି ତାଙ୍କର ଉତର ଦାୟିତ୍ୱ । ଏଥିପାଇଁ ଯେତେସବୁ ଯୋଜନା ପ୍ରସ୍ତୁତ କରାଯାଉଛି ସେଗୁଡିକର ସଫଳ ରୁପାୟନ କିଭଳି ହେବ ତା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଚାହେଁ ଆମର ପିଲାମାପେ ଗୁଣାତ୍ମକ ଶିକ୍ଷା ପାଆନ୍ତୁ । ଆମର ଭାଇଭଉଣୀମାନେ ଭଲ ଚାକିରୀ କରନ୍ତୁ । ଆମ ପରିବାରର ବରିÂ ମାନେ ଉତମ ସ୍ୱାସ୍ଥ୍ୟ ସେବା ପାଆନ୍ତୁ । ମୋ ସରକାରର ମୁଖବନ୍ଧରେ ଆମର ପ୍ରଶାସନର ବିଶେଷତ୍ୱ ପ୍ରତିଫଳିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସବୁ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଶପଠ ପାଠ କରାଇଥିଲେ । ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁÂାନ ଲୋକଙ୍କ କଲ୍ୟାଣ ପାଇଁ , ଲୋକଙ୍କ ପଇସାରେ , ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ଏହି ପୋଲିସ୍ ଥାନା , ଡାକ୍ତରଖାନା, କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଲୋକମାନେ ହେଉଛନ୍ତି ପ୍ରକୃତ ସରକାରଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହି ଶପଥପାଠ କରାଇଥିଲେ ।
ଏହି ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଂଜନ ପୂଜାରୀ , ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇ ଜନସାଧାରଣଙ୍କୁ ଉତମ ସେବା ଯୋଗାଇ ଦେବା ଉପରେ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ କୃଷି ଉପôାଦନ କମିଶନର ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ , ବିଭିନ୍ନ ବିଭାଗର ପ୍ରମୁଖ ସଚିବ ,ସଚିବ, ଜିଲ୍ଲାପାଳ ଓ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।