
ସାନଖେମୁଣ୍ଡି: ଏରେଣ୍ଡ୍ରାସ୍ଥିତ ଶ୍ରୀ ରାଧାକୃଷ୍ଣ ପୀଠରେ ଶୁକ୍ରବାର ଦିନ ତହସିଲଦାର ଶ୍ରୀ ଅମିତ କୁମାର ନାୟକ ସ୍କୁଲରେ ହଠାତ ପହଞ୍ଚିଥିଲେ। ବେନିୟମ ବାଲିଚାଲାଣ ଗାଡି ଧରପଗଡ଼ ପାଇଁ ଯାଉଥିବା ସମୟରେ ହଠାତ ତାଙ୍କ ଦୃଷ୍ଟି ଏଇ ସ୍କୁଲ ଉପରେ ପଡିଥିଲା। ଏହି ବିଦ୍ୟାଳୟରେ ପାଚେରୀ ଥିଲା ନା ଥିଲା ଅନୁକୂଳ ପରିବେଶ। ପିଲାମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତହସିଲଦାର ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ସହ ଭୁଗୋଳ, ଇତିହାସ, ସାଧରଣଜ୍ଞାନ ପଚାରିଥିଲେ। ପରେ ସ୍କୁଲରେ ବିଭିନ୍ନ ରେକଡ଼ପତ୍ର, ପରିମଳ ବିଷୟରେ ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ପ୍ରଧାନ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାର ସମଧାନ କରିବାକୁ ପ୍ରତୁଶୃତି ଦେବା ସହ କର୍ମଚାରୀମାନଙ୍କୁ ତାଗିତ କରିଥିଲେ। ତହସିଲଦାରଙ୍କ ଏଭଳି କାର୍ଯ୍ୟ କରିବ ଦ୍ୱାରା ସୋସିଆଲ ମିଡିଆ ଓ ସାଧାରଣରେ ଚର୍ଚ୍ଚା ଜୋରରେ ସୃଷ୍ଠି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଓଏଏସ୍ ଅଧିକାରୀ ହେବା ପୂର୍ବରୁ ସେ ଗଙ୍ଗାଧର ମେହେରଙ୍କୁ କଲେଜରେ ଇତିହାସ ଅଧ୍ୟାପକ ଥିଲେ। ତେବେ ଏ ସମ୍ପର୍କରେ ତହସିଲଦାର ନିଜେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।