ଭୁବନେଶ୍ୱର– ଚଳିତ ମାସ ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ରାଜ୍ୟର ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ଦିନ ଓଡିଶା ବିଧାନସଭାରେ ଘୋଷଣା କରିଛନ୍ତି । ଆଜି ପ୍ରଶ୍ନକାଳରେ ଏ ସମ୍ପର୍କରେ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ପାତ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ, ବର୍ତମାନର ହିତାଧିକାରୀଙ୍କ ପାଇଁ ଇ- କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। । ସେହିଭଳି ଓଡ଼ିଶାରେ ନୂତନ ରେସନ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ 9 ଲକ୍ଷରୁ ଅଧିକ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ସେପ୍ଟେମ୍ବର ସୁଦ୍ଧା ନୂତନ ରାସନ କାର୍ଡ ପ୍ରଦାନ ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି।