ଗଞ୍ଜାମ– ହିଞ୍ଜିଳି ଥାନା ପିତଳ ଛକ ଠାରେ ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରେ ସଂଗଠିତ ଚାରି ଭାଇ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ଘଟଣାରେ ଜଡ଼ିତ ପାଂଚ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଆସାମୀ ମାନେ ହେଲେ ଅମୀୟ କୁମାର ସ୍ଵାଇଁ, ବାହାନପତି ବେହେରା, ସନ୍ତୋଷ ସ୍ଵାଇଁ, ମିଲନ ସ୍ଵାଇଁ ଏବଂ ଚନ୍ଦ୍ରସେନ ସେଠି । ଅମୀୟ କୁମାର ସ୍ଵାଇଁକୁ ୨୫ ବର୍ଷ କାରାଦଣ୍ଡ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା ପାଇଁ ଗତକାଲି ରାୟ ଦେଇଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ । ମାମଲାର ଶୁଣାଣି କରିଥିଲେ ଏଡିଜେ ପ୍ରବୀର କୁମାର ଚୌଧୁରୀ ।
Related Stories
November 22, 2024