ରାଂଚି– ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ତାଙ୍କ ସହ ପତ୍ନୀ ତଥା ଗାଣ୍ଡେୟ ବିଧାୟକ କଳ୍ପନା ସୋରେନ ବି ଉପସ୍ଥିତ ଥିଲେ ।ସାକ୍ଷାତ ପରେ ହେମନ୍ତ ସୋରେନ କହିଛନ୍ତ ଯେ, ଅନେକ ଦିନରୁ ରାହୁଲ ଗାନ୍ଧୀ ଓ ମଳ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବାର ଥିଲା, କିନ୍ତୁ ସମୟ ମିଳିନଥିଲା । ଆଜି ସମୟ ମିଳିବାରୁ ଏହି ଔପଚାରିକ ସାକ୍ଷାତ କରିଛୁ ।