ଭୁବନେଶ୍ୱର– ବରିଷ୍ଠ ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ଓ ଲେଖକ ଶ୍ରୀ ଉମେଶ ଉପାଧ୍ୟାୟଙ୍କ ଅସମୟ ବିୟୋଗରେ ଦୁଃଖିତ । ସେ ନିଜେ ଭିତରେ ସାମ୍ବାଦିକତାର ଏକ ପୁସ୍ତକ ଥିଲେ । ତାଙ୍କ ବିୟୋଗ ମିଡିଆ ଜଗତ ପାଇଁ ଏକ ବଡ କ୍ଷତି ଅଟେ । ମୁଁ ଈଶ୍ୱରଙ୍କୁ ଦିବଂଗତ ଆତ୍ମାକୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦେବା ଓ ଶୋକାକୂଳ ପରିଜନଙ୍କୁ ଏହି ଗଭୀର ଦୁଃଖ ସହିବାର ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି ।
Related Stories
October 9, 2024
October 9, 2024