ଜମ୍ମୁ କାଶ୍ମୀର – ସୋମବାର ଜମ୍ମୁର ସାମରିକ ଷ୍ଟେସନ ବାହାରେ ସେଣ୍ଟ୍ରି ପୋଷ୍ଟକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି । ଏଥିରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି । ସେନା ସମଗ୍ର ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କ ତଲାସୀ ଅଭିଯାନ ଆରମ୍ଭ କରିଛି । ରାତି ପ୍ରାୟ 11ଟା ସମୟରେ ଏହି ଆକ୍ରମଣ ହୋଇଥିଲା । ଯେଉଁଥିରେ ଆତଙ୍କବାଦୀମାନେ ଏକ ସେଣ୍ଟ୍ରି ପୋଷ୍ଟକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଏହାର ଜବାବରେ ସେନା କର୍ମଚାରୀମାନେ ମଧ୍ୟ ଗୁଳି ଚଳାଇଥିଲେ। ତୁରନ୍ତ ସେହି ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା।
Related Stories
September 19, 2024
September 19, 2024