ଗଂଜାମ-ହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ନଡ଼ିଆ ଦିବସରେ ନଡ଼ିଆର ଗୁଣ ଅବଗତ ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ା. ନକୁଳ ସାହୁ ନଡ଼ିଆର ଫୁଲ, କତା, ସଢେଇ, ପାଣି, ଫଳ ଓ ତେଲ ବହୁ ଗୁଣକାରୀ ବୋଲି କହିଛନ୍ତି। ଏହାର ଫୁଲ ରକ୍ତସ୍ରାବ, ପ୍ରମେହ ଭଲ କରେ। ନଡିଆ ପାଣି ତୃଷା, ଦାହ, ପରିସ୍ରା ଜ୍ୱାଳା, କୃମି, ଶ୍ରମ ଓ ଦୁର୍ବଳତା ଦୂର କରେ। ଚିନି ସହ ନାକରେ ପକାଇଲେ ଅଧକପାଳୀ ଭଲ ହୁଏ। ନଡ଼ିଆ ସ୍ନାୟୁ ଦୁର୍ବଳ ଦୂରକରି ଶକ୍ତି ବଢାଏ। ନଡ଼ିଆକ୍ଷୀର ଶକ୍ତି ବଢାଏ।ନଡ଼ିଆତେଲ ସହ କର୍ପୂର ମିଶାଇ ଲଗାଇଲେ ଘିମିରି, ଘା ଓ ସମସ୍ତ ଚର୍ମରୋଗ ଭଲ ହୁଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ । ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।