
ଲୋଇସିଂହା, ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ । ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ କାମ ଅନ୍ବେଶଣରେ ସୁଦୂର ତାମିଲନାଡୁ ଯାଇଥିଲେ ।ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ମରଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ଅଭାବ ହେତୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କୁ ଯୋଗାଯୋଗ କରିଥିଲେ। ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇ ଯେପରି ଗ୍ରାମକୁ ମରଶରୀର ଆସିବ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଚେଷ୍ଟାରେ ମରଶରୀର ଗ୍ରାମକୁ ପହଞ୍ଚିଛି । ମନ୍ତ୍ରୀଙ୍କ ଏହି ସହାୟତା ପାଇଁ ପରିବାର ସହ ଗ୍ରାମବାସୀ ଡ.ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି।