-
ମଦ୍ୟପଙ୍କ ପାଇଁ ସ୍ୱାସ୍ଥ୍ୟ ବୀମାର କୌଣସି ପ୍ରସ୍ତାବ ନାହିଁ – ଅବକାରୀ ମନ୍ତ୍ରୀ
ଭୁବନେଶ୍ୱର, ରାଜ୍ୟରେ ଏବେ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ପ୍ରସ୍ତାବ ନାହିଁ । ସେହିପରି ମଦ୍ୟପଙ୍କ ପାଇଁ ସ୍ୱାସ୍ଥ୍ୟ ବୀମାର କୌଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଅବକାରୀ ବିଭାଗକୁ ଲିଖିତ ପ୍ରଶ୍ନ କରି ବିଧାୟକ ସନାତନ ମହାକୁଡ଼ ପଚାରିଥିଲେ, ଯଦି ସରକାର ମଦ ବନ୍ଦ ପାଇଁ ବ୍ୟବସ୍ଥା ନାହିଁ ତାହେଲେ ମଦ୍ୟପଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ ଓ ସ୍ଵାସ୍ଥ୍ୟ ବୀମା ଭୁକ୍ତ କରିବାକୁ ବ୍ୟବସ୍ଥା କରିବେକି । ଏହାର ଉତ୍ତରରେ ଅବକାରୀ ମନ୍ତ୍ରୀ କହିଛନ୍ତି. ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ କୌଣସି ଯୋଜନା ନାହିଁ. କି ସେମାନଙ୍କୁ ପଞ୍ଜିକରଣ କରି ବୀମା ଭୁକ୍ତ କରିବାକୁ ବିଭାଗ ପାଖରେ ବ୍ୟବସ୍ଥା ନାହିଁ ।