-
: ଉତର ଆନ୍ଧ୍ରପ୍ରଦେଶ ଏବଂ ତତସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳକୁ ବିଶାଖାପାଟନମ୍ ଓ ଗୋପାଳପୁର ମଧ୍ୟରେ (କଳିଙ୍ଗପାଟନମ୍ ନିକଟରେ) ଆଜି ମଧ୍ୟ ରାତ୍ରରେ ଅତିକ୍ରମ କରିବ
ଭୁବନେଶ୍ଵର– ପଶ୍ଚିମକେନ୍ଦ୍ରିୟ ଏବଂ ତତସଂଲଗ୍ନ ଉତରପଶ୍ଚିମ ବଙ୍ଗୋପସାଗରର ଉତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ରହିଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଶନିବାର ସକାଳେ ଅବପାତରେ ପରିଣତ ହୋଇଛି । କ୍ରମଶଃ ଏହା ଉତର ପଶ୍ଚିମ ଦିଗରେ ଘଂଟା ପ୍ରତି ୧୦ କି.ମି. ବେଗରେ ଗତି କରୁଛି । ଏହା ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୮୦ କି.ମି. ଦୂରରେ ଏବଂ ବିଶାଖାପାଟନମ୍ ଠାରୁ ୧୨୦ କି.ମି. ପୂର୍ବରେ ରହିଛି । ଏବଂ ଓଡ଼ିଶାର ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୮୦ କି.ମି. ଦୂରରେ ରହିଛି ।
ପରବର୍ତୀ ସମୟରେ ଏହା ପଶ୍ଚିମ -ଉତର ପଶ୍ଚିମ ଦିଗରେ ଗତି କରିବା ସହ ଉତର ଆନ୍ଧ୍ରପ୍ରଦେଶ ଏବଂ ତତସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳକୁ ବିଶାଖାପାଟନମ୍ ଓ ଗୋପାଳପୁର ମଧ୍ୟରେ (କଳିଙ୍ଗପାଟନମ୍ ନିକଟରେ) ଆଜି ମଧ୍ୟ ରାତ୍ରରେ ଅତିକ୍ରମ କରିବ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।