ଭୁବନେଶ୍ୱର – ପ୍ରଭାବିତ ଅଂଚଳରୁ କୁକୁଡ଼ା ଆଣିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ। ଏନେଇ ଚିକେନ୍ ବ୍ୟବସାୟୀମାନଙ୍କୁ ବିଏମ୍ସି କମିଶନର କଡ଼ା ତାଗିଦ୍ କରିଛନ୍ତି । ଚିକେନ କେଉଁଠୁ ଆସିଛି ତଦାରଖ ପାଇଁ ହୋଟେଲକୁ ନିର୍ଦ୍ଦେଶ ଦିଆଯାଇଛି। କୁକୁଡ଼ା ଠାରେ ବାର୍ଡ ଫ୍ଲୁ ର ଲକ୍ଷଣ ଥିଲେ ଭେଟେନାରୀ ବିଭାଗକୁ ଜଣାଇବାକୁ ବ୍ୟବସାୟୀମାନଙ୍କୁ କୁହାଯାଇଛି। ସ୍କ୍ୱାଡ୍ ବୁଲୁଛନ୍ତି, କେଂଟ୍ରାଲ ସେଂଟର ନଜର ରଖିଛି ବୋଲି କହିଛନ୍ତି ବିଏମସି କମିଶନର।
Related Stories
October 6, 2024
October 6, 2024