
ଭୁବନ – ଚାଷୀ ବର୍ଷ ସାରା ହାଡ଼ଭଂଗା ପରିଶ୍ରମ କରି ଫସଲ ଅମଳ କରିଥାନ୍ତି । ମକର ପର୍ବରେ ଚାଷୀ ଦ୍ୱାରା ଉତ୍ପାଦି ଶସ୍ୟ ଖଳା ।ାସି ରହିବା ସହ ଅମଳ ପାଇଁ ପଡ୍ରସ୍ତୁତି ହୋଇଥାଏ । ଆମଳର ଅୟମାରମ୍ଭକୁ ଉତ୍ସବ ମନାଇ ପାଲନ କରିଥାନ୍ତି କୁଡୁମୀ ସଂପ୍ରଦାୟ । ଭୁବନ ବ୍ଲକ ର ବାରୁଆାଁ, ଧଳପଡା, ସୁକିନ୍ଦା ବ୍ଲକର କାଳିଆପାଣି ଖଣି ଅଚଂଳର କୁଡୁମୀ ମହାନ୍ତ ସଂପ୍ରଦାୟର ବ୍ୟକ୍ତି ଏହି ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି । ଖଳାରେ ଥିବା ଧାନ ପୁଜାକରିବା ଆଣିଦିଏ ମନରେ ଅଫୁରନ୍ତା ଆନନ୍ଦ । ଏହି ପର୍ବକୁ ପାଳନ କରିବା ବେଳେ ମହାନ୍ତ ସଂପ୍ରଦାୟର ମହିଳା ମାମନେ ଟୁସୁ ଦେବୀଙ୍କୁ ପୂଜା କରିଥାନ୍ତି । ଟୁସୁ ଠାକୁରାଣୀ ମା ମଙ୍ଗଳାଙ୍କୁ ସୁସଜ୍ଜିତ କରାଇ ଗ୍ରାମ ପରିକ୍ରମା କରିବା ସହ ଅନଳ ଲକ୍ଷ୍ମୀଧରପୁର ତାରିଣୀ ପଡିଆ ଠାରେ ସମସ୍ତ ମେଢ ଏକତ୍ରିତ ହୋଇଥାନ୍ତି । ଭଜୁସାହି ଟୁସୁମେଢକୁ କମିଟି ତରଫରୁ ୫ଶହ ଟଙ୍କା ପୁରସ୍କାର ଦିଆଯାଇଥିଲା । ଚଳିତବର୍ଷ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଲୋକ ସମାଗମ ହୋଇଥିଲା । ଏହି ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଇଛି । ୪ ଦିନଧରି ଅପେରା ପାର୍ଟି ହେବାର କାର୍ଯ୍ୟକ୍ରମ ରହିଛି । ମା ତାରିଣୀ ଯାତ୍ରା କମିଟି ତରଫରୁ ସଭାପତି ଦେବୀନନ୍ଦନ ଦାସ, ଉପସଭାପତି ରାଜେନ୍ଦ୍ର ନାୟକ, ପୂର୍ବତନ ସରପଂଚ ରମେଶଚନ୍ଦ୍ର ସାହୁ, ମଧୁସୁଦନ ଦାସ, ଶ୍ରୀନିବାସ ବେହେରା,ରମେଶ ନାୟକ, ଯଦୁମଣୀ ସାହୁ, ଅମିତାଭ ପରିଡ଼ା, ସନ୍ତୋଷନାୟକ, ସୈାଭାଗ୍ୟ ପରିଡା, ମଧୁସୁଦନ ଦାସ,ପ୍ରଶାନ୍ତ ବେହେରା,ଦିପ୍ତୀରଂଜନ ପରିଡା,ଭୁବନାନନ୍ଦ ସାହୁ,ଚୌଧୁରୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଆଜି ସଂଧ୍ୟାରେ ପାଲା ପରିବେଷଣ ହେଉଅଛି ।