
ଭୁବନ – ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଂଚାୟତର ଓଡିଶ ଗ୍ରାମ ବ୍ରହ୍ମକୁଣ୍ଡଠାରେ ଆଂଚଳିକ ମକରମେଳା କମିଟି ଆନୁକୂଲ୍ୟରେ ଓଡିଶ ବ୍ରହ୍ମକୁଣ୍ଡ ଠାରେ ମକରମେଳା ଓ ଟୁସୁପର୍ବ ଜାକଜମକରେ ପାଳିତ ହୋଇଯାଇଛି । ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରୁ ୨୧ ଟି ଟିସୁମେଢ ମେଳାରେ ସାମିଲ ହୋଇଥିଲେ । ସକାଳେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ବ୍ରହ୍ମକୁଣ୍ଡ ଗୁମ୍ଫାରେ ଥିବା ଶିବଙ୍କୁ ଦର୍ଶନ କରିବା ସହ ମକର ଚାଉଳ ଭୋଗ କରିଥିଲେ । ଅପରାହ୍ନରେ ଆଖପାଖ ଗ୍ରାମର କୁଡୁମି ସଂପ୍ରଦାୟର ମହିଳା ମାନେ ଟୁସୁ ମେଢକୁ ଧରି ଗୀତ ବୋଲି ବୋଲି ମେଳାରେ ପହଁଚିଥିଲେ । କାଳିଆପାଣି ଖଣି ଅଂଚଳର ଝୁମର ନୃତ୍ୟଗ୍ରୁପ ଙ୍କ ଦ୍ୱାରା ଝୁମର ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ମେଳା ଶେଷରେ କୋହ୍ଲଣିଆ ମେଢକୁ ପ୍ରଥମ, ଗଦ୍ଦାପାଳ ମେଢକୁ ଦ୍ୱିତୀୟ ଓ ଷେଣ୍ଢସରା ମେଢକୁ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା । ଆଂଚଳିକ ମକରମେଳା କମିଟି ତରଫରୁ ମନୋରଂଜନ ମହାନ୍ତ,ଭୁବନା ମହାନ୍ତ(ବୁଲୁ), ପଂଚାନନ ମହାନ୍ତ,ଦୟାନିଧି ମହାନ୍ତ,ବାଉରୀବନ୍ଧୁ ମହାନ୍ତ,ଗିରିଧାରୀ ମହାନ୍ତ, ଭୁବନାନନ୍ଦ ମହାନ୍ତ, ଇଶ୍ୱର ଚନ୍ଦ୍ର ମହାନ୍ତ, ଗୋକୁଳ ମହାନ୍ତ, ମୋହନ ମହାନ୍ତ, ମହେଶ୍ୱର ମହାନ୍ତ, ମନମୋହନ ମହାନ୍ତ, ରହିନା ମହାନ୍ତ, ଉଦୟନାଥ ମହାନ୍ତ, ରହିନା ମହାନ୍ତ, ରତ୍ନାକର ମହାନ୍ତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । କମିଟି ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଖେଚୁଡି େଭୋଗ ବଂଟନ କରାଯାଇଥିଲା । ବହୁ ଉଠାଦୋକାନୀ ପସରାମେଲିଥିବାରୁ ମେଳାରେ ପ୍ରବଳ ଭିଡ ହୋଇଥିଲା ।