ନୁଆଦିଲ୍ଲୀ -ଦିଲ୍ଲୀ,ୟୁପି, ବିହାର ,ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟ ପାଇଁ ପାଣିପାଗ ବିଭାଗ ସତର୍କ ସୁଚନା ଜାରି କରିଛି।ଅନ୍ୟ ପକ୍ଷରେ ବର୍ଷା ଓ ବନ୍ୟା ଯୋଗୁଁ ଗୁଜୁରାଟରେ 30 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ସିଏମ ଭୁପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ରାଜ୍ୟରେ ନଦୀର ଜଳସ୍ତର ବଢିବାରେ ଲାଗିଛି।ଏଥିସହିତ ପାଣିପାଗ ବିଭାଗ ମଧ୍ୟ ଅନେକ ରାଜ୍ୟ ପାଇଁ ସତର୍କ ସୁଚନା ଜାରି କରାଯାଇଛି।ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ 30 ଜଣଙ୍କର ମୃତ୍ୟୁ ଘଟିଛି।ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଦଳ ନିୟୋଜିତ ହୋଇଛନ୍ତି।ଏ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି।ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ବ୍ୟତୀତ ଏସଡିଆରଏଫ ,ସେନା ,ଭାରତୀୟ ବାୟୁସେନା ,ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ନିୟୋଜିତ ଅଛନ୍ତି।ଗୁଜୁରାଟର 11 ଟି ଜିଲ୍ଲା ପାଇଁ ରେଡ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ।ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ସିଏମ ଭୁପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।ଏହାରି ମଧ୍ୟରେ ବାୟୁସେନାର ଏକ ହେଲିକପ୍ଟର ଗୁରୁବାର ଦିନ ଦେବଭୁମି ଦ୍ୱାରକାରୁ 4 ଜଣଙ୍କୁ ଉଦ୍ଧାର କରିଛି।ଅନ୍ୟପକ୍ଷରେ ଗୁଜୁରାଟ ବ୍ୟତୀତ ଦିଲ୍ଲୀ ,ମହାରାଷ୍ଟ୍ର ,ବଙ୍ଗଳା ,ତେଲେଙ୍ଗାନା ,ଉତ୍ତରପ୍ରଦେଶଏବଂ ହିମାଚଳ ପ୍ରଦେଶ ସମେତ 14 ଟି ରାଜ୍ୟ ପାଇଁ ପାଣିପାଗ ବିଭାଗ ବର୍ଷା ସତର୍କ ସୁଚନା ଜାରି କରିଛି।ବିଳମ୍ବିତ ରାତିରେ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ହୋଇଥିଲା।ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳସ୍ତର ବୃଦ୍ଧି ହୋଇ ଟ୍ରାଫିକ ଜାମ ହୋଇଥିଲା। ବିହାରର ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୁଚନା ଦେଇଛି ।