ଏଥେନ୍ସ– ଦକ୍ଷିଣ ୟୁନାନର କ୍ରେତେରେ ବୁଧବାର ରିକ୍ଟର ସ୍କେଲରେ 5.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନାହିଁ । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏଥେନ୍ସ ଜିୟୋଡାୟନାମିକ ଇନଷ୍ଟିଚ୍ୟୁଡ ପକ୍ଷରୁ କୁହାଯାଇଛି ଯେ, ସମୁଦ୍ର ଭିତରେ ଆସିଥିବା ଭୂକମ୍ପ ସ୍ଥାନୀୟ ସମୟାନୁସାରେ ସନ୍ଧ୍ୟା 7.29 ମିନିଟ ସମୟରେ କ୍ରେତେ ଓ ଗାଭଡୋସରେ ଦ୍ୱୀପରେ ଅନୁଭୂତ ହୋଇଛି । ଏହାର ଗଭୀରତା 11.6 କିଲୋମିଟର ଥିଲା ।