
କେନ୍ଦ୍ରାପଡ଼ା – ଉଚ୍ଚ ଶିକ୍ଷାଶ୍ରମ ଅରୁଆ କଦଳୀବଣ ସ୍କୁଲର ୮୦ତମ ବାର୍ଷିକ ଉତ୍ସବ ଓ କ୍ରିଡା ପ୍ରତିଯୋଗୀତା କେନ୍ଦ୍ରାପଡା ବ୍ଲକ କେଶପୁର ପଂଚାୟତର ଚଉଦକୁଲାଟ ସନ୍ନିକଟ ଉଚ୍ଚଶିକ୍ଷାଶ୍ରମ ଅରୁଆ କଦଳୀବଣ ସ୍କୁଲର ୮୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା ମୁଖ୍ୟ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ବ୍ଲକ ଚେୟାରମ୍ୟାନ୍ ଅନାମ ବଂଧୁ ଧଳ ମୁଖ୍ୟବକ୍ତାଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସୁର ପ୍ରସାଦ ମହାପାତ୍ରଙ୍କ ପ୍ରତିମୂର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିଷ୍ଠା ଦିବସ କ୍ରିଡା ଉତ୍ସବ ପାଳନ କରାଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଶ୍ରୀ ଧଳ ବକ୍ତବ୍ୟ ରଖି ଜ୍ଞାନ ଆହରଣ ସହ ଶୃଙ୍ଖଳା ଓ ନୈତିକତା ମୂଲ୍ୟବୋଧ ପାଳନରେ ଗୁରୁତ୍ୱ ରଖିବା ସହ ବିଭିନ୍ନ କ୍ରିଡା ଭାଗ ନେଇ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଗଢିବା ସହ ଅଂଚଳର ସୁନାମ ଅର୍ଜନରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ ବୋଲି ଉଦ୍ବୋଧନରେ କହିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ କେଶପୁର ସରପଂଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଶିକ୍ଷା କମିଟି ସଦସ୍ୟ ପଣ୍ଡିତ ଭୂପତି ମୋହନ ପଣ୍ଡା, ପରିବେଶ ବିଜୟ କବି ନିରଞ୍ଜନ ମହାନ୍ତି, ଶିକ୍ଷକ ମନୋଜ ଶତପଥି, ରବିନାରାୟଣ ନନ୍ଦ, ଫକିର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।