କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ଗର୍ଭବତୀ ମହିଳାଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ, ସାନଜରିଆ ପଂଚାୟତ ପେରିଜିପୁର ଗ୍ରାମର ତୃପ୍ତି ରଂଜନ ଦାସଙ୍କ ପତ୍ନୀ ଭଗବତି ଦାସ ୨ ମାସର ଗର୍ଭବତୀ ଥିବାବେଳେ ଚିକିତ୍ସା ପାଇଁ କେନ୍ଦ୍ରାପଡା ଡାକ୍ତରଖାନାକୁ ବୁଧବାର ଆସିଥିଲେ । ପୂର୍ବରୁ ଅସୁସ୍ଥ ଥିବାରୁ ଅଧିକ ଚିକିତ୍ସା ପାଇଁ ଆଜି ସକାଳେ କେନ୍ଦ୍ରାପଡା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସତ୍ୱେ ଅବସ୍ଥା ଗୁରୁତର ହୋଇ ତାଙ୍କର ମୃତ୍ୟୁ ଘଟିଥିଲା ।
Related Stories
November 24, 2024
November 24, 2024