ଭୁବନେଶ୍ୱର– ଭାରତୀୟ ଜନତା ପାର୍ଟିରେ ଅନ୍ତର୍କନ୍ଦଳ ରହିଛି । ଦଳ ମଧ୍ୟରେ ଫାଟ ସ୍ପଷ୍ଟ ଦିଶୁଛି । ତେଣୁ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ କଲେ । ଏବେ ପ୍ୟାଚ ପକାଇଲେ । ସେମାନଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଓ ତାଳମେଳର ଅଭାବ ଅଛି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପରେ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ।
ଆଉ ଏକ ପ୍ରଶ୍ନର ଉତରରେ ଶ୍ରୀ ଦାସ କହିଛନ୍ତି ଯେ, ପ୍ରବର୍ତନ ନିର୍ଦେଶାଳୟ ଓ ସିବିଆଇ ଏବେ ବିଜେପିର ପୋଷା ଶୁଆ ହୋଇସାରିଛି । ପୁରୁଣା ଫାଇଲ ଖୋଲନ୍ତୁ । ତଦନ୍ତ କରନ୍ତୁ । ଆମେ ସ୍ୱାଗତ କରିବୁ । ହେଲେ ତଦନ୍ତ ନିରପେକ୍ଷ ହେବା ଦରକାର ବୋଲି ସେ କହିଛନ୍ତି ।
Related Stories
October 3, 2024
October 3, 2024