
ଭୁବନେଶ୍ୱର -ଚଳିତ ବର୍ଷ 70 ହଜାର ଲୋକଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଛି।ଜନସ୍ୱାସ୍ଥ୍ୟ ନିର୍ଦେଶକ ଜାକ୍ତର ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁସାରେ 2 ହଜାର 759 ଜଣ ଡେଙ୍ଗୁ ରୋଗୀଙ୍କ ଚିହ୍ନଟ କରାଯାଇଛି।ସେଥିମଧ୍ୟରୁ ଖୋର୍ଦ୍ଧାରେ 837 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱରରୁ 500 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡରେ 865 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୁଚନା ଦେଇଛନ୍ତି ।