ଭୁବନେଶ୍ୱର– ବାର୍ଡଫ୍ଲୁକୁ ନେଇ ଆତଙ୍କିତ ନ ହେବା ପାଇଁ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ। ସେ କହିଛନ୍ତି ଯେଉଁଠାରେ କୁକୁଡାମାନେ ବାର୍ଡଫ୍ଲୁ ସଂକ୍ରମିତ ଥିବେ ସେଠାରେ ଯଦି ଫାର୍ମ ମାଲିକ କୁକୁଡାଙ୍କୁ ମାରି ପୋତିଲେ ସେ ବାବଦରେ ଫାର୍ମ ମାଲିକଙ୍କୁ ଅନୁକମ୍ପା ଅର୍ଥ ମିଳିବ। ପିପିଲି ଓ ସତ୍ୟବାଦୀ ଦୁଇଟି ଜାଗାରେ ବାର୍ଡ ଫ୍ଲୁ ରିପୋର୍ଟ ହେବା ପରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଏନେଇ ଷ୍ଟେଟ ରାପିଡ ରେସ୍ପନ୍ସ ଟିମ ଓ ଜିଲ୍ଲା ରାପିଡ ରେସ୍ପନ୍ସ ଟିମ କାର୍ଯ୍ୟ କରୁଛନ୍ତି।ସଂକ୍ରମିତ କୁକୁଡାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ପ୍ରତିଶେଧକ େଓøଷଧ ଦିଆଯାଉଛି । ସଂକ୍ରମିତ କୁକୁଡାଙ୍କୁ ନ ବିକ୍ରି କରି ସଂକ୍ରମିତ କୁକୁଡାଙ୍କୁ ମାରି ପୋତି ଦେବା ପାଇଁ ଫାର୍ମ ମାଲିକ ମାନଙ୍କୁ କୁହାଯାଇଛି।ଯଦି ସଂକ୍ରମିତ କୁକୁଡାଙ୍କୁ ବାହାରକୁ ବିକ୍ରି କରାଯାଏ ତେବେ ସଂକ୍ରମଣ ବଢିବା ଆଶଙ୍କା ଅଛି। ଏହି ଦୁଇଟି ସ୍ଥାନକୁ ଛାଡିଲେ ଆଉ କୌଣସି ସ୍ଥାନରେ ବାର୍ଡଫ୍ଲୁ ଟିହ୍ନଟ କରାଯାଇନାହିଁ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ।
Related Stories
October 6, 2024
October 6, 2024