କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବିଶ୍ୱ ସଂସ୍କୃତ ଦିବସ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଅଛିl ଅଧ୍ୟକ୍ଷା ଡ଼.ମୀରାରାଣୀ ଖଣ୍ଡୁଆଳ ଏହି ସଭାରେ ଅଧ୍ୟକ୍ଷତା କରି ସଂସ୍କୃତ ଭାଷାର ଜନ୍ମ ବୃତ୍ତାନ୍ତ ଓ ଶ୍ରେଷ୍ଠ ଭାଷା ବୋଲି କହିଥିଲେ l
ମୁଖ୍ୟ ଅତିଥି ରୂପେ ବ୍ୟାକରଣ ବିଭlଗର ପ୍ରାଧ୍ୟlପକ ଡ଼. ବଂଶୀଧର ପ୍ରଧାନ ସଂସ୍କୃତ ଭାଷାର ବିକାଶ ଓ ସମାଜରେ ଏହି ଭାଷାର ଆବଶ୍ୟକତା ତଥା ସମୃଦ୍ଧ ଭାରତ ଗଠନରେ ଏହି ଭାଷାର ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ l କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼. ବଳରାମ ଦାଶ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସଂସ୍କୃତ ଭାଷା ଆର୍ଯ୍ୟ ଭାଷା, ଦେବ,ବେଦ ଭାଷା,ସନାତନ ଧର୍ମର ମାର୍ଗଦର୍ଶକ ଓ ଏହା ଯୁଗ ଯୁଗ ଧରି ରହିଥିବ ବୋଲି ବର୍ଣ୍ଣନା କରିଥିଲେ l ସମ୍ମାନୀତ ଅତିଥି ରୂପେ ଡାକ୍ତର ରାଧେଶ୍ୟାମ ରଥ ଓ ଅଧ୍ୟାପିକା ମମତା ସିଂ ଯୋଗଦେଇଥିଲେ lଅଧ୍ୟାପକ ଦୟାନିଧି ପଣ୍ଡା,ଜ୍ୟୋତିର୍ବିଦ ଡ଼ ସସ୍ମିତା ମିଶ୍ର, ଡ଼.ଶଶୀକାନ୍ତ ରଥ,ଅଧ୍ୟାପକ ଡ଼.ପ୍ରଦୀପ କୁମାର ଆଚାର୍ଯ୍ୟ, ଡ଼. ଅଜୟlନନ୍ଦ ସାହୁ, ରମା ବଲ୍ଲଭ ମହାପାତ୍ର, ରମାକାନ୍ତ କର ଓ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଅନ୍ୟମlନଙ୍କ ମଧ୍ୟରେ ଅଧ୍ୟାପକ ଡ଼. ଶ୍ରୀନିବାସ ସାହୁ, ବାସୁଦେବ ସାହୁ ପୂର୍ଣ୍ଣ ଚନ୍ଦ୍ର ସାହୁ, ସସ୍ମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ l ଦୟାନିଧି ପଣ୍ଡା ଧନ୍ୟବାଦ ଦେଇଥିଲେ l ଡ଼. ବଳରାମ ଦାଶ ଓ ଛାତ୍ରଛାତ୍ରୀ ମାନେ ଏହି ଶିବିରକୁ ପରିଚାଳନା କରିଥିଲେ l
Related Stories
October 10, 2024