ଜୟପୁର– ଅବିଭକ୍ତ କୋରାପୁଟ ଜିଲ୍ଲାର ଗାଁସାଥୀ ମାନଙ୍କ ବିଭିନ୍ନ ପ୍ରକାର ଦାବିକୁ ନେଇ ଚଳିତ ମାସ ୨୨ ଓ ୨୩ ଅଗଷ୍ଟ ଦୁଇ ଦିନ ଧରି ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ବୈଠକ ପରେ ବିଶାଳ ପଦଯାତ୍ରା ସହ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଗଣ ଆନ୍ଦୋଳନ କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅଧିକାରୀ ଓ ପଦାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଆନ୍ଦୋଳନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ହଜାର ରୁ ଉର୍ଦ୍ଧ ଗାଁସାଥୀ ଯୋଗ ଦେଇଥିଲେ। ଗାଁସାଥୀ ମାନଙ୍କ ପ୍ରମୁଖ ଦାବି ଅନୁସାରେ ମାସିକ ପ୍ରୋତ୍ସାହନ ରାଶି ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରଦାନ ଓ କୋରାପୁଟ ଜିଲ୍ଲାରେ ୧୬୩ଟି ତଥା ରାଜ୍ୟରେ ଖାଲି ଥିବା ୫ ହଜାର ରୁ ଉର୍ଦ୍ଧ୍ୱ ଜିଆରଏସ୍ ପଦବୀରେ ମନରେଗା ରେ କାର୍ଯ୍ୟରତ ଥିବା ଗାଁସାଥୀ ମାନଙ୍କୁ ଅଗ୍ରାଧିକାର ତଥା ସଂରକ୍ଷଣ ଭିତ୍ତିରେ ନିଯୁକ୍ତି ଦାବିରେ ଆଜି କୋରାପୁଟ ଠାରେ ଗାଁସାଥି ମାନେ ଜୋରଦାର ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନରେ ଗାଁସାଥୀ ସଂଘ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି, ଓଡିଶା ପ୍ରଦେଶ ଓ ଅବିଭକ୍ତ କୋରାପୁଟ ରେ ଥିବା ଉକ୍ତ ସଂଘର ଜୋନାଲ କମିଟି ସଂଘର ରାଜ୍ୟ ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଦୁଇ ଗୋଟି ଦାବିକୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚଳିତ ୧୬ ଅଗଷ୍ଟ ରେ କୋରାପୁଟ ଜିଲ୍ଲାପାଳ ଓଡିଶାର ପ୍ରଥମ ଜିଲ୍ଲାପାଳ ଭାବରେ ଜିଲ୍ଲାର ୧୬୩ ଜିଆରଏସ୍ ପଦବୀ ପାଇଁ ବିଜ୍ଞାପନ ବାହାର କରିଥିବାରୁ ଏହି ଚିଠିକୁ ସ୍ତଗିତ ରଖିବା ପାଇଁ ଉକ୍ତ ସଙ୍ଘର ତିନି ଶହ ରୁ ଉର୍ଦ୍ଧ୍ୱ ସଂଗଠକ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇ ତାଙ୍କ ସହିତ ଆଲୋଚନା କରିଥିଲେ। ପରବର୍ତ୍ତୀ ସ ୨୪ ଘଣ୍ଟା ପରେ ବିଶାଳ ରାଲୀ ଜରିଆରେ ସଂଘ ତାଙ୍କ ସକାରାତ୍ମକ ନିଷ୍ପତିକୁ ଶୁଣିବା ପାଇଁ ରାଲିର ଅୟୋଜନ କରାଯାଇଥିଲା ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି। ଯଦି ଏହି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନନିଅନ୍ତି ତେବେ ଉକ୍ତ କାର୍ଯ୍ୟଳୟ ଆଗରେ ଅନିର୍ଦ୍ଦିଷ୍ଟ ପାଇଁ ଗଣଧାରଣା ଓ ଆନ୍ଦୋଳନ ଚାଲିବା ସହିତ ବିଧାନ ସଭାରେ ପ୍ରଶ୍ନ ଉତ୍ଥାପନ ପାଇଁ ବିଧାୟକ ଓ ବିଧାୟିକା ମାନଙ୍କୁ ସଂଘ ଗଣ ମାଧ୍ୟମ ଜରୀଆରେ ଜଣାଇ ଆନ୍ଦୋଳନ ଜାରି ରଖିବ ବୋଲି ସଂଗଠକ ମାନେ କହିଛନ୍ତି।
Related Stories
September 17, 2024
September 17, 2024