ଭୁବନେଶ୍ୱର, ଚିକିଟି ମଦ ମୃତ୍ୟୁ ମାମଲାରେ କାହାକୁ ନିଲମ୍ବନ କରିବା ଦଂଡ ନୁହେଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଏହି ମାମଲାରେ ଅବକାରୀ ମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି ସେ କହିଛନ୍ତି ।
ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ବିଜେପି ସରକାରରେ ମଦର ବନ୍ୟା ଆସିଛି । ଏ ସରକାର ଆସିବା ଦିନଠୁ ସମସ୍ୟା ବଢ଼ି ଚାଲିଛି। ମଦ ମୃତ୍ୟୁ ପାଇଁ ସରକାର ଦାୟୀ।ଅବକାରୀ ମନ୍ତ୍ରୀ ଇସ୍ତଫା ଦେବା ଦରକାର।ପୂର୍ବରୁ କମିଶନଙ୍କ ରିପୋର୍ଟ ଆସିଛି।କିନ୍ତୁ ସମସ୍ତେ ନୀରବ।ପୂର୍ବ ସରକାର ରେ ଅନେକ ମନ୍ତ୍ରୀଙ୍କୁ ଏ ମଦକୁ ନେଇ ଇସ୍ତଫା ଦେଇଥିଲେ କିନ୍ତୁ ଏ ସରକାର ଏ ମନ୍ତ୍ରୀ ନୀରବ ।ଗୃହ ଚାଲିଥିବା ସମୟରେ ମନ୍ତ୍ରୀ ଗୃହରେ ଉତ୍ତର ନ ରଖି ବାହାରେ ଉତ୍ତର ରଖିବାର ମାନେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।