
ଚିକିଟି ଅଗଷ୍ଟ -ମଦ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଲେ ବିଜେଡି ବିଧାୟକ ନିରଞ୍ଜନ ପୁଜାରୀ।ସୁଚନାନୁସାରେ ବିରୋଧୀ ଦଳର ନେତାଙ୍କ ନିର୍ଦେଶ କ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ଚିକିଟି ଯାଇଥିଲା।ଚିକିଟି ମଦମୃତ୍ୟୁ ଘଟଣାଟି ଅତ୍ୟନ୍ତ ଦୁଃଖଦ। ନିରଞ୍ଜନ ପୁଜାରୀ କହିଛନ୍ତି ବିରୋଧୀ ଦଳ ନେତା ମୋତେ ଅନୁରୋଧ କରିଥିଲେ ଘଟଣା ସ୍ଥଳକୁ ଯିବାକୁ ତେଣୁ ମୁଁ ଯାଇଥିଲି।ମଦ ମୃତ୍ୟୁ ଘଟଣାରେ ଯେଉଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ତାଙ୍କ ଘର ଲୋକେ ଆମକୁ ଜଣାଇଥିଲେ ଏ ପର୍ଯ୍ୟନ୍ତ ଆମ ପରିବାରକୁ ଭେଟିବା ପାଇଁ କୌଣସି ଅଧିକାରୀ କି ଲୋକ ପ୍ରତିନିଧି ଆସିନାହାନ୍ତି।ତାହା ଅତ୍ୟନ୍ତ ଦୁଃଖର କାରଣ।କିନ୍ତୁ ଆମେ ତାଙ୍କୁ ସାହାସ ଦେଇଥିଲୁ।ମଦ ମୃତ୍ୟୁରେ 20 ତାରିଖ ଜଣଙ୍କର ମୃତ୍ୟୁ ହୋଇଛି।ସେହି ଗାଁର ଲୋକେ ମଦ ତିଆରି କରି ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଯାଉଛି।ମଦ ମୃତ୍ୟରେ ଖଟିଖିଆ ଓ ଗରିବ ଲୋକଙ୍କର କ୍ଷତି ହେଉଛି।ଯେଉଁ କ୍ଲଜ ମଦ ନେଇ ଅବକାରୀ ନୀତିରେ ଅଛି ସରକାର ତାକୁ ବ୍ୟବହାର କରନ୍ତୁ।ନିରଞ୍ଜନ ପୁଜାରୀ ଆହୁରି ମଧ୍ୟ କହିଛନ୍ତି ମୁଁ ଯେତେବେଳେ ସର୍ଜୀମ ତଦନ୍ତରେ ଯାଇଥିଲି ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ଭେଟିବା ପରେ ହସ୍ପିଟାଲ ଯାଇଥିଲି କିନ୍ତୁ ସେମାନଙ୍କ ଚିକିର୍ସା ପାଇଁ ଠିକ ଭାବେ ପଦକ୍ଷେପ ନିଆଯାଉନାହିଁ।ସରକାର 3 ମାସର ଦ୍ୱାହି ଦେଇ ଖସି ଯିବା ଠିକ ନୁହେଁ ବୋଲି କହିଛନ୍ତି ନିରଞ୍ଜନ ପୁଜାରୀ।