ନୁଆଦିଲ୍ଲୀ -ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୱାଶିଂଟନରେ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ।ବାର୍ତ୍ତାଳାପ ସମୟରେ ସେ ଭାରତର ଚିନ୍ତାଧାରା କଣ ବୋଲି ଉଲ୍ଲେଖ କରିଛନ୍ତି।ବିଶ୍ୱ ଉପରେ ଆମ ଦେଶର ଦୃଷ୍ଟି କୋଣ କଣ ?ସେ ଭାରତ ଓ ଆମେରିକା ମଧ୍ୟରେ ଥିବା ଦୃଢ ସମ୍ପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।ରାଜନାଥ ସିଂ 23 ରୁ 26 ଅଗଷ୍ଟ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଅଷ୍ଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।ସେଠାରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବନଙ୍କୁ ମଧ୍ୟ ଭେଟିବେ।ଏହି ଗ୍ରସ୍ତ ଭାରତ ଓ ଆମେରିକାର ସମ୍ବନ୍ଧକୁ ଆହୁରି ମଜବୁତ କରିବ।ରାଜନାଥ ସିଂ ୱାଶିଂଟନରେ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ।ପ୍ରବାସୀଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଯେ ଭାରତ କେବେବି ଅନ୍ୟ ଦେଶକୁ ପଛପଟୁ ଛୁରାମାଡ କରିପାରିବ ନାହିଁ।ଯେତେବେଳେ କି ଭାରତ “ବସୁଧୈବ କୁଟୁମ୍ବକମ୍ ‘’ ର ବାର୍ତ୍ତା ଦେଇଛି।ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମୁଁ ଏଠାରେ କାର୍ଯ୍ୟ କରୁଥିବା ସମସ୍ତ ଭାରତୀୟ ସଦସ୍ୟ ମାନଙ୍କୁ କହିବାକୁ ଚାହେଁ କି ସେମାନେ ସମ୍ପୁର୍ଣ୍ଣ ସଚ୍ଚୋଟତା ସହ କାମ କରିବା ଉଚିତ।ଆପଣ ଭାରତ ପାଇଁ ଉସ୍ଚର୍ଗିକୃତ ହେବା ଉଚିତ।କିନ୍ତୁ ଆପଣ ଏଠାରେ କାମ କରୁଥୁବାରୁ ଆମେରିକା ପ୍ରତି ଆପଣଙ୍କର ଉସ୍ଚର୍ଗିକୃତତା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେ କହିଛନ୍ତି ଛଳ ଓ କପଟ ଆମ ଚରିତ୍ରରେ ନାହିଁ।ଆମକୁ ପ୍ରତାରଣା କରାଯାଇପାରେ କିନ୍ତୁ ଆମେ ଅନ୍ୟମାନଙ୍କୁ ପ୍ରତାରଣା କରିପାରିବୁ ନାହିଁ।ପ୍ରତିରକ୍ଷାମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଭାରତ “ବସୁଧୈବ କୁଟୁମ୍ବକମ୍”ର ବାର୍ତ୍ତା ଦେଇଛି ଏବଂ ସମସ୍ତ ଜାତି ଓ ଧର୍ମର ଲୋକଙ୍କୁ ଗୋଟିଏ ପରିବାର ଭାବେ ବିବେଚନା କରୁଛି।ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ ଭାରତ ଓ ଆମେରିକା ମଧ୍ୟରେ କୁଟନୈତିକ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ କୌଣସି ଭାଗ୍ୟ ଠାରୁ କମ ନୁହେଁ।ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା।ନଭେମ୍ବର 2023 ରେ ପଞ୍ଚମ ବାର୍ଷିକ ଭାରତ ଓ ଆମେରିକା ଦୁଇ ପ୍ଲସ ଦୁଇ ମନ୍ତ୍ରୀ ସ୍ତରୀୟ ସଂଳାପ ପରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ପଦକ୍ଷେପ ପରେ ଭାରତ ଓ ଆମେରିକା ଅଗ୍ରଗତି କରିଛନ୍ତି।ସାମରିକ ,ଆଧୁନିକକରଣ ,ପ୍ରତିରକ୍ଷା ଶିଳ୍ପ ସହଯୋଗ ପାଇଁ ରୋଡମ୍ୟାପ କୁ ଆଗକୁ ବଢାଇବା ପାଇଁ ଆରବସାଗର ଓ ଏହାର ନିକଟବର୍ତ୍ତୀ ଜଳପଥରେ ଆଇନର ଶାସନ ପାଇଁ ଆମେରିକା ଭାରତର ସମର୍ଥନ ପାଇଁ ପ୍ରତିଶ୍ରୃତି ଦେଇଛି।ଚଳିତ ବର୍ଷ ଜୁନରେ ସୁଲିବନ ଭାରତ ଗ୍ରସ୍ତ କରିଥିଲେ।ଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ରଣନୀତି ଆଞ୍ଚଳିକ ଓ ଦ୍ୱିପାକ୍ଷିକ ପ୍ରସଙ୍ଗରେ ନିୟମିତ ଆଲୋଚନା ଏବଂ ଉଚ୍ଚସ୍ତରୀୟ ପରିଦର୍ଶନ ହୋଇଛି।
Related Stories
August 29, 2024