
ବଲାଙ୍ଗିର– ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଜଗବନ୍ଧୁ ଖମାରୀ ଶର୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୁଦାମ ଚରଣ ଡିଗ୍ରୀ କଲେଜର ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ପୂର୍ବତନ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ କୃଷି ଅଧିକାରୀ ଓଡ଼ିଶା ସରକାର ଜଗବନ୍ଧୁ ଖମାରୀ ଶର୍ମାଙ୍କ ଅକାଳ ବିୟୋଗରେ ମହାବିଦ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ କରି ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟାପକ ତଥା ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।