ଭୁବନେଶ୍ୱର, ଅନୁସୂଚିତ ଜାତି ଓ ଜନଜାତିର ବର୍ଗୀକରଣ ଆଧାରରେ କ୍ରିମି ଲେୟର ମାନଙ୍କୁ ସଂରକ୍ଷଣରୁ ବାଦ୍ ଦେବା ପ୍ରସଙ୍ଗରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଟିପ୍ପଣୀ ପ୍ରଦାନ କରିବା ପରିପ୍ରେକ୍ଷୀରେ ବିଜେପିର ସମସ୍ତ ଏସସି ଓ ଏସଟି ସାଂସଦମାନେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ । କ୍ରିମୀ ଲେୟର୍ ଆଧାରରେ ଏସସି / ଏସଟି ଙ୍କ ମଧ୍ୟରେ ବର୍ଗୀକରଣ କରି ବିଭେଦ ସୃଷ୍ଟି ନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଏହି ଟିପ୍ପଣୀକୁ ନେଇ ବିଚଳିତ କିମ୍ବା ଭୟଭୀତ ନ ହେବା ପାଇଁ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜି ଆଶ୍ୱସ୍ତି ପ୍ରଦାନ କରିଥିଲେ ।
ଅତୀତରେ ୩ ଏସସି/ ଏସଟି ଆଇନ ଅନୁସାରେ ଏତଲାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ର ନିଷ୍ପତିକୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ସଂସଦରେ ରଦ୍ଦ କରାଯାଇଥିଲା । ଅନ୍ୟ ପଟେ କିଛି ନ୍ୟସ୍ତ ସ୍ବାର୍ଥ କୁଚକ୍ରାନ୍ତକରୀ ଗୋଷ୍ଠି ଏହି ଘଟଣା ପ୍ରସଙ୍ଗରେ ବିଭ୍ରାନ୍ତିକର ତଥ୍ୟ ଦେଇ ଭାରତ ବନ୍ଦର ଡାକରା ଦେବା ଅତ୍ୟନ୍ତ ନିନ୍ଦନୀୟ । ଦେଶରେ ଅନାବଶ୍ୟକ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଇଣ୍ଡି ମେଣ୍ଟର ଦଳମାନଙ୍କ ଚକ୍ରାନ୍ତ ଅଟେ। ଏହି ଆନ୍ଦୋଳନରେ ଓଡ଼ିଶାର କୌଣସି ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ପ୍ରଭାବିତ ହେବେ ନାହିଁ । ତେଣୁ ଏହି ବନ୍ଦ ଡାକରାରେ ସାମିଲ ନ ହେବାକୁ ବିଜେପି ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ସାଂସଦ ଡ. ବିଭୁ ପ୍ରସାଦ ତରାଇ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
Related Stories
October 6, 2024
October 6, 2024