ଭୁବନେଶ୍ୱର, ବର୍ଗୀକରଣ ନାଁରେ ଆଦିବାସୀଙ୍କୁ ଶୋଷଣ କରାଯାଉଛି ବୋଲି ଗୃହରେ ହଟ୍ଟଗୋଳ ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଶ୍ରୀ କାଡାମ କହିଛନ୍ତି ଯେ, କ୍ରିମି ଲେୟାର ନାଁରେ କେନ୍ଦ୍ର ସରକାର ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । କଂଗ୍ରେସ ସରକାର ଏସସି ଏସଟିଙ୍କୁ ସଂରକ୍ଷଣ ଦେଇଥିଲା । ଆମ ଅଧିକାରୀଙ୍କୁ ଛଡାଇନେବା ପାଇଁ ଯୋଜନା କରାଯାଇଛି । କଂଗ୍ରେସ ଏହାର ଦୃଢ ପ୍ରତିବାଦ କରିଛି । ଆଗାମୀ ଦିନରେ ଆମ ଅଧିକାରକୁ ରକ୍ଷା କରିବା ପାଇଁ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବୁ । ରାଜରାସ୍ତାକୁ ଓହ୍ଲାଇବୁ । ଆଜି ଭାରତ ବନ୍ଦ ଡାକରାରେ ସମସ୍ତ ଏସସି ଏସଟି ସାମିଲ ହୋଇଛନ୍ତି ବୋଲି ସେ କହିଛନ୍ତି ।