ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଂଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ଼ ୨୦୨୪ ରେ ଲଗାତାର ଦ୍ଵିତୀୟ ଥର ଏ ପ୍ଲସ ରେଟିଙ୍ଗ ମିଳିବା ନେଇ ବଧେଇ ଜଣେଇଛନ୍ତି ।
ଆରବିଆଇ ଦ୍ଵାରା ଏକ୍ସ ରେ ଜାରି ହୋଇଥିବା ଏକ ପୋଷ୍ଟ ର ଜବାବ ରଖି ମୋଦୀ ଲେଖିଛନ୍ତି ଯେ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଏହି ଉପଲବ୍ଧି ପାଇଁ ବଧେଇ ଏବଂ ଏହା ପୁଣି ଦ୍ଵିତୀୟ ଥର । ଏହା ଆରବିଆଇରେ ତାଙ୍କ ନେତୃତ୍ଵ ଏବଂ ଆର୍ଥିକ ବିକାଶ ତଥା ସ୍ଥିରତା ସୁନିଶ୍ଚିତ କରିବା ଦିଗରେ କରାଯାଇଥିବା ତାଙ୍କ କାମର ମାନ୍ୟତା ଅଟେ ।